ବଦଳିଲା ଭୁବନେଶ୍ଵରରେ ପାର୍କ ଖୋଲିବା ସମୟ: ସକାଳ ୫ଟାରୁ ୭ଟା ଯାଏ କେବଳ ବରିଷ୍ଠ ନାଗରିକ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟରେ ପାର୍କ ଖୋଲିବା ସମୟ ବଦଳିଛି। ସକାଳ  ୫ଟାରୁ ଦିନ ୧୦ଟା ଯାଏ ପାର୍କ ଖୋଲା ରହିବ। ସେହିପରି ସନ୍ଧ୍ୟା ୪ଟାରୁ ୬ଟା ଯାଏ ସବୁଦିନ ପାର୍କ ଖେଶଲା ରଖିବାକୁ ଭୁବନେଶ୍ଵର ମ୍ୟୁନିସିପାଲିଟି ନିଷ୍ପତ୍ତି ନେଇଛି। ଏହି ସମୟ ଭିତରେ ବରିଷ୍ଠ ନାଗରିକ ତଥା ୬୦ ବର୍ଷରୁ ଉ୍ରଧିକ ବୟସର ବ୍ୟକ୍ତିମାନଙ୍କ ପାଇଁ ସ୍ଵତନ୍ତ୍ର ସମୟସୀମା ନିର୍ଦ୍ଧାରଣ କରାଯାଇଚି। ସକାଳ ୫ଟାରୁ ୭ଟା ଯାଏ ସେମାେ ପାର୍କରେ ପ୍ରବେଶ କରିପାରିବେ। ଏହାଙ୍କ ପ୍ରବେଶ ସମୟରେ ପାର୍କକୁ ଅନ୍ୟ ଲୋକଙ୍କ ପ୍ରବେଶ ନିଷେଧ ରହିବ। ସେହିପରି ବରିଷ୍ଠ ନାଗରିକମାନେ ଅନ୍ୟ ସମୟରେ ପାର୍କ ଭିତରେ ପ୍ରବେଶ କରିପାରିବେ ନାହିଁ।

 ସହରର ଲୋକଙ୍କ ବ୍ୟାୟାମ ଏଂବ ଆମୋଦ ପ୍ରମୋଦ ପାଇଁ ପାର୍କ ଏକ ଗୁରୁତ୍ଵପୂଣ୍ଣ ଅଙ୍ଗ ଭାବେ ପରିଚିତ ହେଉଛି। ଲକ୍‌ଡାଉନ୍‌ ସମୟରେ ପାର୍କ ବନ୍ଦ ରହିବା ପରେ ୨ଘଣ୍ଟା ପାଇଁ ଖୋଲା କରାଯାଉଥିଲା। ଏବେ ଏହି ସମୟକୁ ବଢ଼ାଯାଇଛି।

କିନ୍ତୁ ଯେଉଁ ଦୁଇଦିନ ସପ୍ତାହାନ୍ତରେ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି ସେ ସମୟରେ ରାଜଧାନୀର ପାର୍କଗୁଡ଼ିକ  ସମ୍ପୂଣ୍ଣ ଭାବେ ବନ୍ଦ ରହିବ ବୋଲି ବିଏମ୍‌ସି କହିଛି।

ରାଜ୍ୟ ସରକାର ଜୁନ୍‌ ୩୦ ତାରିଖ ଯାଏ ସପ୍ତାହାନ୍ତର ଦୁଇଦିନକୁ ସମ୍ପୂଣ୍ଣ ବନ୍ଦ ଷଘାଷଣା କରିଛନ୍ତି। ଏହିକ୍ରମରେ ସମସ୍ତ ସରକାରୀ କାର୍ଯ୍ୟାଳୟ ବି ବନ୍ଦ ଘେଶଷଣଶ କରାଯାଇଚଇ। ୯ ଉପକୂଳ ଜିଲ୍ଲା ଏବ ବଲାଙ୍ଗୀର ଓ ନୟାଗଡ଼ ଜିଲ୍ଲା ଏହି ଆଦେଶରେ ଅନ୍ତର୍ଭୁକ୍ତ। କରୋନା ଭୁତାଣୁ ସଂକ୍ରମଣର ଶୃଙ୍ଖଳକୁ ଭାଙ୍ଗବିା ଲାଗି ସରକାର ଏହି ନିଷ୍ପତ୍ତି ନେଇଛନ୍ତିତ।

ଅସନ୍ତା ୨୧ ଦିନକୁ ଅଧିକ ଗୁରୁତ୍ଵପୂଣ୍ଣ ବୋଲି ଗ୍ରହଣ କରି ସରକାର ଏହା ଘୋଷଣା କରିଛନ୍ତି।

Leave a Reply

Your email address will not be published.