କାବୁଲ ଓ ଜଲାଲାବାଦରେ ଆଇଏସଆଇଏସର ବିସ୍ଫୋରଣ

କାବୁଲ, (ଓଡିଶା ଟାଇମ୍): ଆଇଏସଆଇଏସ ଆତଙ୍କି ଗୋଷ୍ଠୀ ଆଫଗାନିସ୍ତାନର କାବୁଲ ଓ ଜଲାଲାବାଦରେ ଶନିବାର ଅପରାହ୍ଣରେ ବିସ୍ଫୋରଣ ଘଟାଇଛନ୍ତି। ତାଲିବାନକୁ ଲକ୍ଷ୍ୟକରି ଏହି ଆକ୍ରମଣ କରାଯାଇଥିବା ପ୍ରାଥମିକ ସୂତ୍ରରୁ ଜଣାଯାଇଛି। ଏଥିରେ ମୃତାହତଙ୍କ ସମ୍ପର୍କରେ ତୁରନ୍ତ କିଛି ଖବର ମିଳିନାହିଁ। ସୂଚନାଯୋଗ୍ୟ ଯେ ଆମେରିକା ସୈନ୍ୟମାନେ କାବୁଲ ଛାଡିବା ପୂର୍ବରୁ ଗତମାସରେ ମଧ୍ୟ ଆଇଏସଆଇଏସ ଆତଙ୍କି ଗୋଷ୍ଠୀ ପକ୍ଷରୁ କାବୁଲରେ ଆତ୍ମଘାତୀ ବିସ୍ଫୋରଣ କରାଯାଇଥିଲା। ସେଥିରେ ଆମେରିକାର ୧୩ ସୈନ୍ୟଙ୍କ ସମେତ ପ୍ରାୟ ୧୨୦ରୁ ଅଧିକ ଆଫଗାନ ନାଗରିକଙ୍କର ମୃତ୍ୟୁ ଘଟିଥିଲା। ଏହାର ଜବାବରେ ଆମେରିକା ଦୁଇଥର ଆଇଏସଆଇଏସ ସ୍ଥଳ ଉପରେ ଡ୍ରୋନ ଆକ୍ରମଣ କରିଥିଲା। ତେବେ ଗୋଟିଏ ଆକ୍ରମଣରେ ଆଇଏସଆଇଏସ ଆତଙ୍କିଙ୍କର ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ସଠିକ ତଥ୍ୟ ମିଳିନଥିବାବେଳେ ଅନ୍ୟଟିରେ ୭ ପିଲାଙ୍କ ସହିତ ମୋଟ ୧୦ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିଲା।

 

Leave a Reply

Your email address will not be published. Required fields are marked *