କୋରୋନା ଭଳି ଲକ୍ଷଣ ପରେ ହସ୍ପିଟାଲରେ ଭର୍ତ୍ତି ହେଲେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍‌):  ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଗୁରୁଗାଓଁର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । କୋରୋନା ଭଳି ଲକ୍ଷଣ ଦେଖା ଦେବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ।

ମିଳିଥିବା ସୂଚନା ଅନୁସାରେ ଆଜି ହଠାତ ସମ୍ବିତ ପାତ୍ର କରୋନା ଭଳି କିଛି ଲକ୍ଷଣ ଅନୁଭବ କରିଥିଲେ । ଏହାପରେ ତାଙ୍କୁ ଗୁରୁଗାଓଁର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସେଠାରେ ତାଙ୍କ ଚିକିତ୍ସା ଚାଲିଛି । ସମ୍ବିତ ପାତ୍ର ଭାରତୀୟ ଜନତା ପାର୍ଟିର ମୁଖପାତ୍ର ହୋଇଥିବା କାରଣରୁ ଟିଭି ବିତର୍କରେ ଅଧିକାଂଶ ସମୟରେ ଭାଗ ନେଇଥାନ୍ତି । ସବୁବେଳେ ନିଜର ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଆସୁଥିବା ବିଜେପି ନେତା ସମ୍ବିତ ପାତ୍ର ୨୦୧୯ ଲୋକସଭା ନିର୍ବାଚନରେ ଓଡିଶାର ପୁରୀ ଆସନରୁ ପ୍ରାର୍ଥୀ ହୋଇଥିଲେ । କିନ୍ତୁ ବହୁତ କମ ଭୋଟ ବ୍ୟବଧାନରେ ହାରିଥିଲେ ।

Leave a Reply

Your email address will not be published.