ତାମିଲନାଡୁ ବିଧାନସଭା ନିର୍ବାଚନ : ଏଆଇଏଡିଏମକେ ସହ ଛିଡିଲା ଆସନ ବୁଝାବଣା

ମୁମ୍ବାଇ, (ଓଡିଶା ଟାଇମ୍) :ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଓ ଏଆଇଏଡିଏମକେ ମଧ୍ୟରେ ଆସନ ଭାଗବଣ୍ଟାକୁ ନେଇ ସହମତି ପ୍ରକାଶ ପାଇଛି । ବିଜେପି ଏଠାରେ ମୋଟ୍ ୨୦ଟି ଆସନରେ ନିର୍ବାଚନ ଲଢିବ । ଏହାବ୍ୟତୀତ କନ୍ୟାକୁମାରୀ ଲୋକସଭା ଆସନରେ ହେବାକୁ ଥିବା ଉପ ନିର୍ବାଚନରେ ମଧ୍ୟ ବିଜେପିର ପ୍ରାର୍ଥୀ ମଇଦାନକୁ ଓହ୍ଲାଇବେ ।

ଏପ୍ରିଲ ୬ ତାରିଖରେ ତାମିଲନାଡୁରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ସରକାରରେ ଏଆଇଏଡିଏମକେ ଥିବା ଶୁକ୍ରବାର ୬ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ କେ ପଲ୍ଲାନୀସ୍ୱାମୀ ସେଲମ ଆଡାପଡିରେ ଓ ଉପ ମୁଖ୍ୟମନ୍ତ୍ରୀ ଓ ପନୀରସେଲଭମ ବଡିନାୟକ୍କନୁରରୁ ନିର୍ବାଚନ ଲଢିବେ ।  ସେହିପରି ବରିଷ୍ଠ ନେତା ଡି ଜୟକୁମାର ରୋୟାପୁରମ, ସିବି ସନମୁଗମ ବିଲ୍ଲୁପୁରମରୁ ମୁକାବିଲା କରିବେ ।

ସୂଚନାଯୋଗ୍ୟ, ନିର୍ବାଚନ ଆୟୋଗ ଗତ କିଛିଦିନ ତଳେ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ପ୍ରଦେଶର ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଥିଲେ । ତାମିଲନାଡୁ, କେରଳ ଓ ପୁଡୁଚେରୀରେ ଏପ୍ରିଲ ୬ରେ ମତଦାନ ହେବ । ଏହି ଦିନ ମଲପୁରମ ଓ କନ୍ୟାକୁମାରୀ ଲୋକସଭା ଆସନରେ ମଧ୍ୟ ଭୋଟ୍ ଗ୍ରହଣ ହେବ ।

Leave a Reply

Your email address will not be published. Required fields are marked *