ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଉଦଘାଟନ, ମଣ୍ଡଳ ସ୍ତରରେ ସମସ୍ତ କାର୍ଯ୍ୟକର୍ତାଙ୍କୁ ପ୍ରଶିକ୍ଷିତ କରିବ ବିଜେପି

ଭୁବନେଶ୍ବର, (ଓଡିଶା ଟାଇମ୍) :ବିଜେପି ଏକ ଭିନ୍ନ ରାଜନୈତିକ ଦଳ । ଆର୍ଦଶ, ବିଚାର, ରାଷ୍ଟ୍ର ନିର୍ମାଣ ଚିନ୍ତାଧାରାର କ୍ୟାଡର ଭିତିକ ଦଳ । ସଙ୍ଗଠନ ନିର୍ବାଚନ ସହ ପଦାଧିକାରୀ କାର୍ଯ୍ୟକର୍ତାଙ୍କୁ ପ୍ରଶିକ୍ଷଣ ବର୍ଗ ମାଧ୍ୟମରେ ପ୍ରଶିକ୍ଷିତ କରାଇବା ଏକ ନିୟମିତ ପ୍ରକ୍ରିୟା । ସମଗ୍ର ଦେଶରେ ଅଖିଳ ଭାରତୀୟ ମଣ୍ଡଳ ପ୍ରଶିକ୍ଷଣ ଶିବିର ଯୋଜନା–୨୦୨୦ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆୟୋଜନ କରାଯାଇଛି ।

ଏହି ପରିପ୍ରେକ୍ଷୀରେ ଓଡିଶା ପ୍ରଦେଶ ପ୍ରଶିକ୍ଷଣ ବିଭାଗରତ୍ତତତ୍ୱାବଧାନରେ ରାଜ୍ୟର ସମସ୍ତ ସାଙ୍ଗଠନିକ ମଣ୍ଡଳରେ ଆସନ୍ତା ନଭେମ୍ବର ୨୦ରୁ ଡିସେମ୍ବର ୫ ମଧ୍ୟରେ ପ୍ରଶିକ୍ଷଣ ଶିବିର ଅନୁ ିତ କରାଯାଇ ରାଜ୍ୟର କାର୍ଯ୍ୟକର୍ତାଙ୍କୁ ପ୍ରଶିକ୍ଷିତ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ମଣ୍ଡଳ ମାନଙ୍କରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷକ ମାନେ ପ୍ରଶିକ୍ଷଣର କାର୍ଯ୍ୟ ନିର୍ବାହ କରିବେ । ଆଜି ଜିଲ୍ଲାସ୍ତରୀୟ ବିଷୟ ପ୍ରମୁଖଙ୍କ ୩ ଦିନିଆ ପ୍ରଶିକ୍ଷଣ ବର୍ଗର ଉଦଘାଟନ ପର୍ବ ପ୍ରଦେଶ ପ୍ରଶିକ୍ଷଣ ପ୍ରମୁଖ ଶ୍ରୀମତୀ ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ କାଜ୍ୟ କାର୍ଯ୍ୟାଳୟରେ ଅନୁ ିତ ହୋଇଯାଇଛି । ଏହି ଅବସରରେ ୧୦ଟି ବିଷୟରେ ପ୍ରଶିକ୍ଷଣ ପୁସ୍ତିକା ନେତୃବୃନ୍ଦଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା ।

ଏହି ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇ ରାଜ୍ୟ ସଭାପତି କହିଛନ୍ତି ଯେ, ଦଳ ଗଠନ ପାଇଁ ଶୃଙ୍ଖଳା ଓ ଅନୁଶାସନ ନିହାତି ଆବଶ୍ୟକ । ବିଜେପି ଏହି କାର୍ଯ୍ୟକୁ ଗୁରୁତ୍ୱ ଦେବା ସହ ଦଳୀୟ କାର୍ଯ୍ୟକର୍ତାଙ୍କୁ ଏହି ପ୍ରସଙ୍ଗରେ ପ୍ରଶିକ୍ଷଣ ଦେଇ ଆସୁଛି । କେନ୍ଦ୍ରୀୟ ପ୍ରଶିକ୍ଷଣ ପ୍ରମୁଖ ତଥା ସାଂସଦ ଶ୍ରୀ ମହେଶ ଚନ୍ଦ୍ର ଶର୍ମା ପ୍ରଶିକ୍ଷଣ ଶିବିରର ଗୁରୁତ୍ୱ ଏବଂ ଆବଶ୍ୟକତା ପ୍ରସଙ୍ଗରେ ନିଜ ମତ ଉପସ୍ଥାପନା କରିବା ସହ ପ୍ରଶିକ୍ଷଣର ବିଷୟବସ୍ତୁ ଏବଂ ଏହାର ସଫଳ ରୂପାୟନ ସଂପର୍କରେ ଅବଗତ କରିଥିଲେ ।
କୋଭିଡ କଟକଣା କାରଣରୁ ୱେବିନାର ମାଧ୍ୟମରେ ଅନୁ ିତ ଏହି ଉଦଘାଟନ ପର୍ବରେ ଦିଲ୍ଲୀ ଠାରେ କେନ୍ଦ୍ରୀୟ ପ୍ରଶିକ୍ଷଣ ପ୍ରମୁଖ ସାଂସଦ ମହେଶ ଚନ୍ଦ୍ର ଶର୍ମା, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।

ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, ରାଜ୍ୟ ସାଧାରଣ ସଂପାଦକ (ସଙ୍ଗଠନ) ମାନସ ମହାନ୍ତି, ଭର୍ଚୁଆଲ ମାଧ୍ୟମରେ ବିଭିନ୍ନ ସ୍ଥାନରେ ସାଂସଦ ଜୁଏଲ ଓରାମ, ବସନ୍ତ ପଣ୍ଡା, ସୁରେଶ ପୂଜାରୀ, ରାଷ୍ଟ୍ରୀୟ ସଂପାଦକ ତଥା ସାଂସଦ ବିଶେଶ୍ୱର ଟୁଡୁ, ରାଷ୍ଟ୍ରୀୟ ମୁଖପାତ୍ର ଡ. ସମ୍ବିତ ପାତ୍ର, ସାଂସଦ ଅପରାଜିତା ଷଡଙ୍ଗୀ, ପୂର୍ବତନ ରାଜ୍ୟ ସଭାପତି କେ.ଭି ସିଂହଦେଓ, ମନମୋହନ ସାମଲ, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଲେଖାଶ୍ରୀ ସାମନ୍ତସିଂହାର, ଗୋଲକ ମହାପାତ୍ର, ରବି ନାଏକ, ଉପସଭାପତି ଭୃଗୁ ବକ୍ସିପାତ୍ର, ପ୍ରଭାତି ପରିଡା, ଅନୀତା ଶୁଭଦର୍ଶିନୀ, ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ପୂର୍ବତନ ସାଂସଦ ଅନନ୍ତ ନାୟକ ପ୍ରମୁଖଙ୍କ ସହ ରାଜ୍ୟର ସମସ୍ତ ବିଜେପି ସାଂସଦ, ବିଧାୟକ, ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ ଓ ଜିଲ୍ଲା ପ୍ରଶିକ୍ଷଣ ସଂଯୋଜକ, ରାଜ୍ୟ ବିଷୟ ପ୍ରମୁଖ, ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ସମସ୍ତ ନେତାଗଣ ଯୋଗ ଦେଇଥିଲେ । କାର୍ଯକ୍ରମ ଶେଷରେ ପ୍ରଦେଶ ପ୍ରଶିକ୍ଷଣ ବିଭାଗର ଅନ୍ୟତମ ସଦସ୍ୟ ଦିଲୀପ ମଲ୍ଲିକ ଧନ୍ୟବାଦ ଦେଇଥିଲେ । ଏହା ପରେ ୩ ଦିନ ଧରି ୧୦ଟି ବିଷୟ ଅନୁସାରେ ପୃଥକ ପୃଥକ ଭାବେ ଭଚଅୁର୍ାଲ ମାଧ୍ୟମରେ ପ୍ରଶିକ୍ଷଣ ବର୍ଗ ଚାଲୁ ରହିବ ବୋଲି ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *