ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି

ଭୁବନେଶ୍ବର, (ଓଡିଶା ଟାଇମ୍): ଗୁରୁବାର ମୁହାଁମୁହିଁ ହେବେ ବିଜେପି -ବିଜେଡି । ୧୦ ତାରିଖରେ ରାସ୍ତାକୁ ଓହ୍ଲାଇବ କଂଗ୍ରେସ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏମିତି ଏବେ ଜୋର ଧରୁଛି ରାଜ୍ୟ ରାଜନୀତି । ମମିତା ମେହେର ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଓ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଗୁରୁବାର ବିଧାନସଭା ଘେରାଉ ଓ ବିକ୍ଷୋଭ କରିବାକୁ ଘୋଷଣା କରିଛି ବିଜେପି।

ନ୍ୟାୟ ଭିକ୍ଷା ନାରା ଦେଇ ବିଜେପିର କର୍ମୀମାନେ ଶୋଭାଯାତ୍ରାରେ ଯାଇ ବିଧାନସଭା ଘେରାଉ କରିବେ ବୋଲି କହିଛନ୍ତି। ସେପଟେ ଦରଦାମ ବୃଦ୍ଧି, ତୈଳ ଦର ବୃଦ୍ଧି ପ୍ରତିବାଦରେ ଆଜି ବିଜେଡି ମଧ୍ୟ ଆନ୍ଦୋଳନକୁ ଓହ୍ଲାଇବ । ବିଜେପି ରାଜ୍ୟ ସରକାରଙ୍କ ବିରୋଧରେ ନାରା ଦେଇ ଆନ୍ଦୋଳନକୁ ଓହ୍ଲାଉଥିବା ବେଳେ, କେନ୍ଦ୍ର ବିରୋଧୀ ନାରା ଦେଇ ବିଜେଡି ମଧ୍ୟ ଆନ୍ଦୋଳନକୁ ଓହ୍ଲାଇବ ବୋଲି କହିଛି । ସେପଟେ ତାର ଦିନକ ପରେ ଅର୍ଥାତ ଶୁକ୍ରବାର ମମିତା ମେହେର ପ୍ରସଙ୍ଗକୁ ନେଇ ଛାତ୍ର କଂଗ୍ରେସ ନ୍ୟାୟ ଭିକ୍ଷା ଅଭିଯାନ କରି ବିଧାନସଭା ଘେରାଉ କରିବ ବୋଲି କହିଛି । ବିରୋଧୀ ଓ ଶାସକ ଦଳର ପରସ୍ପର ବିରୋଧୀ ପ୍ରତିବାଦ ଯୋଗୁ ବିଧାନସଭା ଚାଲିପାରୁ ନଥିବାବେଳେ , ଗୃହ ବାହାରେ ଶାସକ ବିରୋଧୀ ଗୋଟିଏ ଦିନରେ ଆନ୍ଦୋଳନକୁ ଓହ୍ଲାଇବା ରାଜ୍ୟ ରାଜନୀତିକୁ ସରଗରମ କରିଛି ।

Leave a Reply

Your email address will not be published. Required fields are marked *