ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ଶୋଷଣ ଆରୋପ: ସଂସଦ ପରିସରରେ ଧାରଣାରେ ବସିଲେ ବିଜେପି ସାଂସଦ ରୂପା ଗାଙ୍ଗୁଲି

ମୁମ୍ବାଇ, (ଓଡିଶା ଟାଇମ୍) :ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ଶୋଷଣ ମାମଲା ବର୍ତ୍ତମାନ ସଂସଦ ଯାଏଁ ପହଞ୍ଚିଛି । ବିଜେପି ସାଂସଦ ରୁପା ଗାଙ୍ଗୁଲି ଅନୁରାଗଙ୍କ ଉପରେ ହୋଇଥିବା ଆରୋପ ବିରୋଧରେ ସଂସଦ ପରିସରରେ ଧାରଣାରେ ବସିଛନ୍ତି । ଗତକାଲି ରାତିରେ ସଂସଦରେ ଏହି ପ୍ରସଙ୍ଗରେ ଖୁବ ଯୁକ୍ତିତର୍କ ହୋଇଥିଲା । ଆଜି ରୁପା ଗାଙ୍ଗୁଲି ସଂସଦ ପରିସରରେ ଧାରଣାରେ ବସିଛନ୍ତି ।

 

ରୁପା ଗାଙ୍ଗୁଲି ଦାବି କରିଛନ୍ତି ଯେ, ବଲିଉଡରେ କଳାକାରଙ୍କ ସହ ଯୌନ ଉତ୍ପୀଡ଼ନ ମାମଲା ସାମ୍ନାକୁ ଆସୁଛି । ମାମଲାର ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ଦିଆଯାଉ । ବଲିଉଡ ଅଭିନେତ୍ରୀ ପାୟଲ ଘୋଷ ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ଶୋଷଣ ଆରୋପ ଲଗାଇବା ପରେ ମାମଲା ସାମ୍ନାକୁ ଆସିଛି । ସେ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାହାଯ୍ୟ ମାଗିଥିଲେ ।

Leave a Reply

Your email address will not be published.