କରୋନାରେ ଜୀବନ ହାରିଲେ ବିଜେପି ବିଧାୟକ

ଡେରାଡୁନ, (ଓଡିଶା ଟାଇମ୍) :ଉତ୍ତରାଖଣ୍ଡର ବିଜେପି ବିଧାୟକ ସୁରେନ୍ଦ୍ର ସିଂ ଜୀନାଙ୍କର ପରଲୋକ ଘଟିଛି । ସେ କରୋନା ଭାଇରସରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧିନ ଅବସ୍ଥାରେ ଦିଲ୍ଲୀସ୍ଥିତ ସାର ଗଙ୍ଗାରାମ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ବୟସ ହୋଇଥିଲା ।

ସୁରେନ୍ଦ୍ର ସିଂ ଅଲମୋଡା ଜିଲ୍ଲାର ସଲଟ୍ ବିଧାନସଭା ଆସନରୁ ବିଧାୟକ ଥିଲେ । କିଛି ଦିନ ପୂର୍ବରୁ ହିଁ ତାଙ୍କ ପତ୍ନୀ ହୃଦଘାତରେ ପ୍ରାଣ ହରାଇଥିଲେ । ଏହାପରେ ସୁରେନ୍ଦ୍ର ସିଂ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ସାର୍ ଗଙ୍ଗାରାମ ହସ୍ପିଟାଲରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡିଥିଲା । ତେବେ ସଂକ୍ରମିତ ହେବାର ୨ ସପ୍ତାହ ପରେ ଗୁରୁବାର ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସୁରେନ୍ଦ୍ର ସିଂଙ୍କ ନିଦ୍ଧନ ବିଜେପିକୁ ବଡ ଝଟକା ବୋଲି କୁହାଯାଉଛି । ସେ ଉତ୍ତରାଖଣ୍ଡ ବିଜେପିର ଜଣେ ଟାଣୁଆ ଯୁବ ନେତା ଥିଲେ । ସେ ୩ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

 

Leave a Reply

Your email address will not be published. Required fields are marked *