ଗୃହରେ ବିଜେପି ବିଧାୟକଙ୍କ ଆତ୍ମହତ୍ୟା ଧମକ
ଭୁବନେଶ୍ବର, (ଓଡିଶା ଟାଇମ୍) :ଗୃହରେ ବିଜେପି ବିଧାୟକଙ୍କ ଆତ୍ମହତ୍ୟା ଧମକ। ମଣ୍ଡିରୁ ଧାନ ଉଠାଇବା ନେଇ ଗୃହରେ ବିଜେପି ସଦସ୍ୟମାନେ ହୋହାଲ୍ଲା କରିଛନ୍ତି। ଧାନ ତୁରନ୍ତ ନ ଉଠାଇଲେ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ଗୃହରେ ଆତ୍ମହତ୍ୟା ଧମକ ଦେଇଛନ୍ତି। ଦୀର୍ଘଦିନ ହେବ ମଣ୍ଡିରେ ଧାନ ପଡି ରହିଛି। ଫଳରେ ଚାଷୀମାନେ ହନ୍ତସନ୍ତ ହେଉଛନ୍ତି।
ସେହିପରି ଶୂନ୍ୟକାଳରେ ଗୃହରେ ଧାନକିଣା ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରଶ୍ନ ଉଠାଇଛନ୍ତି। ଧାନ କିଣା ବର୍ତ୍ତମାନ ରାଜ୍ୟରେ ବଡ ସମସ୍ୟା। ପଞ୍ଜିକରଣ ଚାଷୀଙ୍କଠାରୁ ସରକାର କିଣିବାକୁ ବାଧ୍ୟ। । ଚାଷୀମାନଙ୍କୁ ଅଭାବୀ ବିକ୍ରି କରିବାକୁ ସରକାର ବାଧ୍ୟ କରୁଛନ୍ତି।
ତୁରନ୍ତ ବିଭାଗୀୟ ମନ୍ତ୍ରୀ ଏବଂ ବିରୋଧୀ ସଦସ୍ୟଙ୍କୁ ଡାକି ଏ ସଂପର୍କରେ ଆଲୋଚନା କରନ୍ତୁ। ବାଚସ୍ପତିଙ୍କ ନିକଟରେ ଏପରି ଦାବି ରଖିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର। ସେହିପରି ଆନ୍ଦୋଳନ ରତ ଏଏନ୍ଏମ୍ଙ୍କ ପ୍ରସଙ୍ଗରେ ଗୃହରେ ବିବୃତ୍ତି ରଖିଥିଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ। କୋଭିଡ୍ ସମୟରେ କାମ କରିଥିବା ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ ବୋଲି ସେ କହିଛନ୍ତି।