ବିଜେପି ନେତାଙ୍କ ସନ୍ଦେହଜନକ ମୃତ୍ୟୁ, ପାର୍କରୁ ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦିଲ୍ଲୀ ବିଜେପିର ବରିଷ୍ଠ ନେତା ଜି.ଏସ. ବାୱାଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ଘର ନିକଟ ଏକ ପାର୍କରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ମିଳିଛି। ବେକରେ ରଶି ବନ୍ଧାଯାଇ ଏକ ଗ୍ରୀଲରେ ଝୁଲନ୍ତା ଅବସ୍ଥାରେ ପୁଲିସ ମୃତଦେକୁ ଜବତ କରିଛି। ସେ ପଶ୍ଚିମ ଦିଲ୍ଲୀ ବିଜେପିର ପୂର୍ବତନ ଉପାଧ୍ୟକ୍ଷ ଥିଲେ। ପାରିବାରିକ ସମସ୍ୟା ଯୋଗୁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୁଲିସ ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଛି। ତେବେ ଘଟଣାସ୍ଥଳରୁ କୌଣସି ସୁଇସାଇଡ୍‌ ନୋଟ୍‌ ମିଳିନାହିଁ।

୫୮ ବର୍ଷୀୟ ଜି.ଏସ. ବାୱା ପଶ୍ଚିମ ଦିଲ୍ଲୀର ଫତେହ ନଗରରେ ରହୁଥିଲେ। ହୋଲି ଦିନ ସନ୍ଧ୍ୟାରେ ସୁଭାଷ ନଗର ସ୍ଥିତ ଏକ ପାର୍କ ଭିତରେ ଥିବା ଗ୍ରୀଲରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହକୁ ସ୍ଥାନୀୟ ଲୋକେ  ଦେଖି ପୁଲିସକୁ ସୂଚନା ଦେଇଥିଲେ।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲା। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Leave a Reply

Your email address will not be published. Required fields are marked *