ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ଵାରସ୍ଥ ହେଲା ବିଜେପି, ମମିତା ମେହେର ହତ୍ୟାକାଣ୍ଡରେ ହସ୍ତକ୍ଷେପ ଦାବି

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟ ମାନବଧିକାର କମିଶନଙ୍କ ଦ୍ଵାରସ୍ଥ ହେଲା ବିଜେପି । ମମିତା ମେହେର ହତ୍ୟାକାଣ୍ଡରେ ମାନବାଧିକାର କମିଶନଙ୍କ ହସ୍ତକ୍ଷେପ ଦାବି ନେଇ ମାନବାଧିକାର କମିଶନଙ୍କୁ ଭେଟିଲା ବିଜେପିର ଏକ ଟିମ୍ । ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ରହିଛି କିନ୍ତୁ ପୋଲିସ କେବଳ ଗୋବିନ୍ଦ ସାହୁଙ୍କୁ ଅଭିଯୁକ୍ତ ଦର୍ଶାଇ ମନ୍ତ୍ରୀଙ୍କୁ ଖସାଇବାକୁ ଚେଷ୍ଟା କରୁଛି । ମନ୍ତ୍ରୀ ସେଠାକୁ ଯାଉଥିଲେ ଏବଂ ରାତ୍ରିଯାପନ କରୁଥିଲେ ବୋଲି ପରିବାର ଲୋକ ବାରମ୍ବାର ଅଭିଯୋଗ ସତ୍ତ୍ଵେ ତାକୁ ତଦନ୍ତ ପରିସର ଭୁକ୍ତ କରୁନି ପୋଲିସ । ତେଣୁ ତଦନ୍ତରେ ମାନବାଧିକାର କମିଶନ ହସ୍ତକ୍ଷେପ କରି ସତର ପର୍ଦ୍ଦାଫାଶ କରନ୍ତୁ।

Leave a Reply

Your email address will not be published. Required fields are marked *