ବିବାହ ବନ୍ଧନରେ ବାନ୍ଧି ହେଲେ ଚାନ୍ଦବାଲି ବିଧାୟକ ତଥା ଯୁବ ବିଜେଡି ସଭାପତି ଡ଼ ବ୍ୟୋମକେଶ ରାୟ

ଭଦ୍ରକ, (ଓଡିଶା ଟାଇମ୍): ପୁଣି ବର ସାଜିଲେ ଯୁବ ବିଜେଡି ସଭାପତି ତଥା ଚାନ୍ଦବାଲି ବିଧାୟକ ଓ ଭଦ୍ରକ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ଡ଼ଃ ବ୍ୟୋମକେଶ ରାୟ । ସ୍ୱସ୍ତି ଚିଲିକା ରିସର୍ଟ ଠାରେ ତାଙ୍କର ବିଭାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ସୂଚନା ମିଳିଛି । ଚାନ୍ଦବାଲି ବିଧାୟକ ତଥା ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ (ବାପି) ନିଜ ବୈବାହିକ ଜୀବନର ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି । ସେ ପାରମ୍ପରିକ ରୀତିନୀତିରେ ବିବାହ କରିଛନ୍ତି ବୋଲି ଜଣାପଡ଼ିଛି ।

ସୂଚନା ଅନୁସାରେ, ବିଧାୟକ ଶ୍ରୀ ରାୟଙ୍କ ବିବାହ ସମାରୋହରେ ଉଭୟ ପରିବାରର ସଦସ୍ୟ ଓ କିଛି ରାଜନେତାଙ୍କ ଉପସ୍ଥିତିରେ ଏହି ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବିଧାୟକ ଶ୍ରୀ ରାୟଙ୍କ ପ୍ରଥମ ପତ୍ନୀ ନିଳିମା ପ୍ରଧାନଙ୍କର ୨୦୨୦ ମସିହା ଫେବୃୟାରୀ ୩ତାରିଖରେ ମୃତ୍ୟୁ ଘଟିଥିଲା। ଶ୍ରୀ ରାୟ ଓ ନିଳିମାଙ୍କର ଏକମାତ୍ର କନ୍ୟା ଅଛି । ଯାହାର ବୟସ ଏବେ ୫ବର୍ଷ ବୋଲି ଜଣାପଡ଼ିଛି ।

ବ୍ୟୋମକେଶ ରାୟ ଭଦ୍ରକ ସାଂସଦଙ୍କ ପ୍ରତିନିଧି ଟୁଟୁ ବଳ ( ଅଶୋକ ବଳ )ଙ୍କ ଝିଅ ଟି ସାଇଦର୍ଶିନୀଙ୍କୁ ବିବାହ କରିଛନ୍ତି । ଚାନ୍ଦବାଲି ନିର୍ବାଚନମଣ୍ଡଳୀର ଖେରଙ୍ଗ ଗାଁରେ ଟି ସାଇଦର୍ଶିନୀଙ୍କ ପୈତୃକ ଘର । ତେବେ ଏହି ବିବାହରେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ କନ୍ୟାଦାନ କରିଥିବା ବିଶ୍ୱସ୍ଥ ସୂତ୍ର ରୁ ଖବର ମିଳିଛି ।

Leave a Reply

Your email address will not be published.