ଅସତୀକୁ ସତୀତ୍ବ ଅଡୁଆ !

BHUBANESWAR: ହଁ ଆଜ୍ଞା, ସତୀତ୍ବର ପ୍ରମାଣ ଦେବାକୁ ରାମାୟଣର ସୀତା, ଅଗ୍ନି ପରୀକ୍ଷା ଦେଇଥିଲେ । ହେଲେ ଏବେର ରାଜନୀତିରେ ନା ଅଛି ସତ୍ୟତା ନା ସତୀତ୍ବ । ଅସତୀ କେମିତି ଯେ, ସତୀତ୍ବର ପରୀକ୍ଷା ଦେବ ! ଏହାର ଏକମାତ୍ର କାରଣ, ‘ମନ ଜାଣେ ପାପ, ମାଆ ଜାଣେ ବାପ’ । ହେଲେ ବିଜେଡି ନେତାଏ କିନ୍ତୁ ଏଯାଏଁ ମୁହଁରୁ ଲାଜ ଛଡ଼ାଇ ପାରୁନାହାଁନ୍ତି । ଅଲାଜୁକ ଭଳି, ଭଳିକି ଭଳି କଥା କହି ଚାଲିଛନ୍ତି । ଏଇ ଯେମିତି ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଦଳର ନେତା ସସ୍ମିତ ପାତ୍ର କହିଥିଲେ, ‘ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କ ବିକାଶକୁ ଦୃଷ୍ଟିରେ ରଖି, ବିଜୁ ଜନତା ଦଳ, ଉପରାଷ୍ଟ୍ରପତି ନିର୍ବାଚନରେ ଭାଗ ନେବନି’ । ଆଉ ଭାଗ ନେଲାନି ମଧ୍ୟ । ଅବଶ୍ୟ ଏମିତି କହି ଏବଂ କରି ୱାକଫ୍ ବୋର୍ଡ ବେଳର Embarrasmentକୁ ବିଜେଡି ଅନେକ ମାତ୍ରାରେ କମ କରିଦେଇଛି । କିନ୍ତୁ ଏହା କେବଳ ନିଜ ସନ୍ତୋଷରେ ସୀମିତ, ଏନେଇ କେବେ ବି ଓଡ଼ିଶାବାସୀ ସନ୍ତୁଷ୍ଟ ନୁହଁନ୍ତି । ସମଦୂରତାକୁ ନେଇ ‘ବିଜେଡି ସତୀତ୍ବ’ର ଅନେକ ଉଦ୍ଦାହରଣ ରହିଛି । ବିଜେଡି କହି ଚାଲିଥିବା ସମଦୂରତାର ସଜ୍ଞା, ୨୦୧୪ ପରଠାରୁ ଆଉ କାହାକୁ ଅଛପା ନାହିଁ । ସେସବୁ ପ୍ରସଙ୍ଗ ଉପରେ ଆଲୋଚନା କରିବା, ହେଲେ ପ୍ରଥମେ ବର୍ତ୍ତମାନ ରାଜ୍ୟର ମୋହନ ମାଝୀ ନେତୃତ୍ବାଧୀନ ବିଜେପି ସରକାର ବିରୋଧରେ କଂଗ୍ରେସ ଆଣିଥିବା ଅନାସ୍ଥା ପ୍ରସଙ୍ଗ ଉପରେ ଆସନ୍ତୁ ପ୍ରଥମେ ଆଲୋକପାତ କରିବା ।…

() ସମସ୍ତେ ଜାଣନ୍ତି କଂଗ୍ରେସ Gimmic ଚଳାଇଛି । ଅର୍ଥାତ ‘ତାଳ ଗଛକୁ ବାଳ ଫୋପଡ଼’ ଫିଙ୍ଗୁଛି । ରାଜ୍ୟର ବିଜେପି ସରକାରକୁ ଦୋହଲାଇବା ଦୂରର କଥା, ସରକାରର ଛାଇ ଛୁଇଁବାକୁ କଂଗ୍ରେସର ଜୁ’ ନାହିଁ । ତଥାପି କଂଗ୍ରେସ ଆଣିଛି ଅନାସ୍ଥା ପ୍ରସ୍ତାବ । କିଛିଦିନ ତଳେ ପିସିସି ସଭାପତି ଭକ୍ତଚରଣ ଦାସ, ରାଜ୍ୟର ପ୍ରମୁଖ ବିରୋଧୀ ଦଳ, ବିଜେଡିକୁ ଏମିତି ଚ୍ୟାଲେଞ୍ଜ ଦେଇଥିଲେ । ଯାହା ଉପରେ ଓଡ଼ିଶା ଟାଇମ ‘ଗୁଳି ନା ଗୁଗଲୀ’ ସଂକ୍ରାନ୍ତ ଆଲେଖ୍ୟ ଉପସ୍ଥାପନ କରିଥିଲା । ଆଉ ଏବେ ସେହି ଗୁଳି ବା ଗୁଗଲୀକୁ ଭିନ୍ନ ଢଙ୍ଗରେ, ଅଧିକ Risky Wayରେ ଫିଙ୍ଗିଛି କଂଗ୍ରେସ । ବିଜେଡିକୁ ପିସିସି ସଭାପତି ଭକ୍ତ ଦାସଙ୍କ ସେତେବେଳର ଅନାସ୍ଥା ଆହ୍ବାନ ଉପରେ ବିଜେଡି ନେତାଙ୍କ ହାବଭାବ ଏବଂ ଆଚରଣ ଓ ଉଚ୍ଚାରଣ ରାଜ୍ୟବାସୀ ଦେଖିଛନ୍ତି । ଭକ୍ତ ଦାସଙ୍କ ସେତେବେଳର ଆହ୍ବାନ ଗୁଳି ଥିଲା ନା ଗୁଗ୍‌ଲୀ ଥିଲା, ତାହା ଆମେ ବ୍ୟାଖ୍ୟା କରିସାରିଛୁ । କିନ୍ତୁ ଏବେ ପୁଣି କାହିଁକି ସେହି ସମାନ ପ୍ରସଙ୍ଗକୁ ରାଜ୍ୟରେ ଭିନ୍ନ ଶୈଳୀରେ ଉଠାଇବାକୁ ଚାହିଁଲା କଂଗ୍ରେସ ! କଂଗ୍ରେସକୁ ନିଜର ତାକତ ଜଣା ନାହିଁ ନା କଂଗ୍ରେସ ନିଆଁ ସହ ଖେଳୁଛି ନା ଅନ୍ୟକୁ ନିଆଁକୁ ଠେଲୁଛି ! …
https://odishatime.news/no-trust-an-open-challenge/

() କଂଗ୍ରେସ ଭଲ ରକମ ଜାଣିଛି, ରାଜ୍ୟରେ ବିଜେପି ନେତୃତ୍ବାଧୀନ ସରକାରର Dash ହଲାଇ ପାରିବ ନାହିଁ । ତଥାପି ଦଳ Risk ନେଇଛି । Risk ନେଇଛି ନା ବିଜେଡିକୁ Riskରେ ପକାଇଛି ! ସତରେ କ’ଣ ରାଜ୍ୟ କଂଗ୍ରେସ, ରାଜ୍ୟର ବିଜେପି ସରକାର ବିରୋଧରେ ଆଣିଛି ଏହି ଅନାସ୍ଥା ପ୍ରସ୍ତାବ ନା କାଗଜ ପଢ଼ା ପ୍ରମୁଖ ବିରୋଧୀ ଦଳକୁ ଦେଇଛି ପରୋକ୍ଷ ଚ୍ୟାଲେଞ୍ଜ ! ନା, କରିଛି ପରୋକ୍ଷ ଟାର୍ଗେଟ୍ ! କରିବାକୁ ଚାହିଁଛି କି Expose ! କଂଗ୍ରେସ ଭଲ ରକମ ଜାଣିଛି, ବିଜେଡି କେବେ ବି ବିଜେପି ବିରୋଧରେ ଯିବ ନାହିଁ । ସେ ରାଜ୍ୟରେ ହେଉ ବା କେନ୍ଦ୍ରରେ । ତଥାପି ବିଜେଡିକୁ ଦୋଛକିରେ ଛିଡ଼ା କରାଇଛି କଂଗ୍ରେସ । କଂଗ୍ରେସର ଏହି ଅନାସ୍ଥା ପ୍ରସ୍ତାବ ଉପରେ କି ନିଷ୍ପତ୍ତି ନେବ ବିଜେଡି ? ଦଳର ମୁଖିଆ ନିଷ୍ପତ୍ତି ନେବେ କହି କେତେ ଭୁଆଁ ବୁଲାଇବ ବିଜେଡି !…

() ମୌସୁମୀ ଅଧିବେଶନ ଆରମ୍ଭରୁ ଦଳର ମୁଖିଆ ତଥା ବିରୋଧୀ ଦଳ ନେତା ଭୁବନେଶ୍ବରେ ନଥିବା କାରଣରୁ ବିଧାନସଭାକୁ ଆସୁ ନଥିବା ବେଳେ ତଥାକଥିତ Green Room Master କାଳେ ବିଦେଶ ଗସ୍ତରେ । ଏଭଳି ସ୍ଥିତିରେ ମୁହଁ ବଞ୍ଚାଇବାକୁ ବିଜେଡି ନେତାଏ କିଛି କମ ଭେଳିକି କରୁ ନାହାଁନ୍ତି । ନବୀନ ନିବାସ ଯାଇ ବୈଠକ କରୁଛନ୍ତି… ଆଉ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇଲା ଭଳି ଗଣମାଧ୍ୟମକୁ ମନ୍ତବ୍ୟ ବି ଦେଉଛନ୍ତି… ଠିକ ଆଗରୁ ଯେମିତି ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି, ‘ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ବାର୍ଥ’ର କଥା କହି ଚାଲିଥିଲେ ।…

() କଂଗ୍ରେସର ବିଧାୟକ ସଂଖ୍ୟା ୧୪ ହୋଇଥିବା ବେଳେ ଏକମାତ୍ର ସିପିଏମ୍ ବିଧାୟକଙ୍କ ସମର୍ଥନକୁ ମିଶାଇଲେ ୧୫ ହେଉଛି । ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ବିଜେଡି ୫୧ରୁ ୫୦କୁ ଖସି ଆସିଛି । ବିଜେପିର ୭୮ ଜଣ ବିଧାୟକ ଥିବା ବେଳେ ଅତିରିକ୍ତ ଭାବେ ୩ ସ୍ବାଧୀନ ବିଧାୟକଙ୍କ ସମର୍ଥନ ରହିଛି । ଏଭଳି ସ୍ଥିତିରେ ବିଜେଡି, କଂଗ୍ରେସ ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କଲେ ବି ବିଜେପି ସରକାରର କିଛି କରିପାରିବ ନାହିଁ । ଏହା ସମସ୍ତଙ୍କୁ ଜଣା । କାରଣ ରାଜ୍ୟରେ ଏମିତି କୌଣସି ଶକ୍ତି ନାହିଁ, ଯାହା ବିଜେପିର ସଂଖ୍ୟାକୁ କମାଇବା ଦୂରର କଥା, ହଲାଇ ପାରିବ ।…

() କେହି କହିପାରନ୍ତି ବିଜେଡି ପ୍ରତି ରାଜ୍ୟବାସୀଙ୍କର ଏକ ସ୍ବତନ୍ତ୍ର ମୋହ ରହିଛି, କିଛି ଗୋଟେ ହୋଇପାରେ । କିନ୍ତୁ ତାହା ଆଦୌ ହେବାର ପ୍ରଶ୍ନ ଉଠୁନି । କେହି ଭାବୁଥିବେ, ବିଜେଡି ଛାଡ଼ି ବିଜେପି ଟିକେଟରେ ନିର୍ବାଚନ ଜିତିଥିବା ବିଧାୟକମାନଙ୍କର ସେମାନଙ୍କର ପୂର୍ବ ବା ମୂଳ ଦଳ ପ୍ରତି ଦୁର୍ବଳତା ଥାଇପାରେ । କିନ୍ତୁ ତାହା ଆଦୌ ନାହିଁ, ଯଦି ଥାଆନ୍ତା, ତେବେ କେବେଠୁ ବହୁତ କିଛି ହୋଇ ସାରନ୍ତାଣି । ତେବେ ହେଉନି କାହିଁକି ? ଏହାର ଏକମାତ୍ର କାରଣ ହେଉଛି, ବିଜେଡି ଏବେ ନିଜସ୍ବ ଜିଦରେ ଆତ୍ମହତ୍ୟା ରାସ୍ତାର ପଥିକ । ବିଜେଡିରେ ପଡ଼ି ରହିଥିବା ନେତାମାନେ ଛଟପଟ ହେଉଥିବା ବେଳେ, ବିଜେପି ଟିକେଟରେ ବିଧାୟକ ହୋଇଥିବା ପୂର୍ବତନ ବିଜେଡି ନେତାମାନେ, ବିଜେଡି ଉପରେ ଅତି ନିକଟରୁ ନଜର ରଖିଛନ୍ତି । ଅନେକ କିଛି ଦେଖୁଛନ୍ତି ଏବଂ ଅନୁଭବ କରୁଛନ୍ତି ମଧ୍ୟ । ତେଣୁ ସେମାନେ ବା କାହିଁକି ଅଯଥା Risk ନେବେ ! …

() କେହି କାହା ପାଇଁ Risk ନେବାର ଆବଶ୍ୟକତା ନାହିଁ । ବିଜେପି-ବିଜେଡି ସିନା ଲୋକ ଦେଖାଣିଆ କଳି ଲାଗୁଛନ୍ତି, କିନ୍ତୁ ଭିତରେ ସେମାନେ ପୂରା କୋଳାକୋଳି ହୋଇ ରହିଛନ୍ତି । କୁରୁସଭାରେ ଦ୍ରୌପଦୀ ନିଜ ଚେଷ୍ଟାରେ ଯଥା ସମ୍ଭବ ନିଜ ଇଜ୍ଜତ ରକ୍ଷା କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ନିଜେ ଅସହାୟ ଅନୁଭବ କରିବା ପରେ ହାତ ଟେକି ଦେଇ ଭଗବାନଙ୍କ ଉପରେ ଭରସା କରିଥିଲେ । ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ସହାୟ ହୋଇଥିଲେ । ଠିକ ଯେମିତି ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କରିବା ପ୍ରସଙ୍ଗରେ House ବା ବିଧାନସଭା Orderରେ ନଥିବା ଶୁଣିବାକୁ ମିଳିଲାଣି । ଯଦି କଂଗ୍ରେସର ଅନାସ୍ଥା ପ୍ରସ୍ତାବ ଆଣିବା ସାମ୍ବିଧାନିକ ଦୃଷ୍ଟିକୋଣରୁ ଠିକ ରହିଛି, ତେବେ ସେହି ସମାନ ସାମ୍ବିଧାନିକ ଦୃଷ୍ଟିକୋଣରୁ ତାହାକୁ ଗ୍ରହଣ କରିବାରେ ଅସୁବିଧା କେଉଁଠି ରହୁଛି ! …

() ଏଠି House Orderରେ ନଥିବା କଣ ସୂଚାଉଛି ? କଂଗ୍ରେସର ଅନାସ୍ଥା ଗୁଳିରୁ ବର୍ତ୍ତିବାକୁ ବିଜେଡି କେବେ ବି ଗୃହକୁ Orderରେ ଆସିବାକୁ ଦେଇ ନପାରେ କି ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସ ଆଣିଥିବା ଅନାସ୍ଥା ପ୍ରସ୍ତାବ ଗ୍ରହଣ ହୋଇ ନପାରେ । ଏଇଆ ନା, ଆଉ କିଛି !

() ସେପଟେ House Orderରେ ନଥିବା କଥା କହି, ସରକାର କଣ କହିବାକୁ ଚାହୁଁଛନ୍ତି ! ଦ୍ରୌପଦୀ ନିଜ ଇଜ୍ଜତ ନିଜେ ରକ୍ଷା କରିବାକୁ ଚେଷ୍ଟା କଲା ଭଳି, ଅତୀତରେ ବିଜେପିକୁ ଭିତିରିଆ ସମର୍ଥନ କରିବାକୁ ଯାଇ ବିଜେଡି ପ୍ରବଳ ପରିଶ୍ରମ ଓ ଅଭିନୟ କରିଛି । କିନ୍ତୁ ଏବେ, କଂଗ୍ରେସର ଗୁଳି ହେଉ ବା ଗୁଗଲୀରେ ଅସହାୟ । ତେଣୁ ଏଭଳି ସ୍ଥିତିରେ କପଟୀ ଶ୍ରୀକୃଷ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇ ରାଜ୍ୟ ସରକାର, କଂଗ୍ରେସର ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ House Orderରେ ନଥିବା କହିନାହାଁନ୍ତି ତ ! ପରୋକ୍ଷରେ ବିଜେଡିକୁ ସତୀତ୍ବର ଅଗ୍ନି ପରୀକ୍ଷାରେ ସୁରକ୍ଷା ଦେବାକୁ ପ୍ରୟାସ କରୁନାହାଁନ୍ତି ତ !…

() ରାମାୟଣର ସୀତା, ସତୀତ୍ବର ପ୍ରମାଣ ଦେଖାଇବାକୁ ଅଗ୍ନି ପରୀକ୍ଷା ଦେଇଥିଲେ । ଏଇ ଯେମିତି ରାଜ୍ୟବାସୀଙ୍କ ବିଶ୍ବାସଭାଜନ ହେବାକୁ ବିଜେଡି ଏବେ ବି ସମଦୂରତାର ଦ୍ବାହି ଦେଇ ଚାଲିଛି । ହେଲେ ୨୦୧୪ ପରଠାରୁ ବିଜେଡି, ସମଦୂରତାର ସତ୍ୟତା ଏବଂ ସତୀତ୍ବକୁ କେତେ ଓ କିଭଳି ପାଳନ କରିଛି, ତାହା ଓଡ଼ିଶାବାସୀଙ୍କୁ ପଚାରିବା ଦରକାର ନାହିଁ । ଓଡ଼ିଶାର ପଶୁପକ୍ଷୀ ଓ ଗଛଲତା ହୁଏତ, ଓଡ଼ିଶାର ଲୋକଙ୍କଠାରୁ ଅଧିକ ଜାଣି ସାରିଛନ୍ତି । ୱାକଫ୍ ବୋର୍ଡ ସଂଶୋଧନ ବିଲ୍ ପ୍ରସଙ୍ଗ ହେଉ ବା ୩ କଳା କୃଷି ଆଇନ, ହେଉ ଅବା ୩ ଅପରାଧିକ ସଂଶୋଧନ ବିଲ୍ । ତିନି ଅପରାଧିକ ସଂଶୋଧନ ବିଲ୍ ବେଳେ ପାର୍ଲାମେଣ୍ଟରୁ ବିଭିନ୍ନ ବିରୋଧୀ ଦଳର ୧୪୬ ସାଂସଦ ନିଲମ୍ବିତ ହୋଇଥିଲେ । କିନ୍ତୁ ବିଜେଡିର କେହି ସାଂସଦ ସେମାନଙ୍କ ମଧ୍ୟରେ ଥିଲେ କି ? ବିଜେଡି ସାଂସଦମାନେ ସେହି ୩ ଅପରାଧିକ ସଂଶୋଧନ ବିଲ୍ ବିରୋଧରେ ଭୋଟ ଦେଇଥିଲେ କି ? ଭୋଟ ଚୋରି ପ୍ରସଙ୍ଗରେ ସବୁ ବିରୋଧୀ ଦଳ ବର୍ତ୍ତମାନ ଏକାଠି ଛିଡ଼ା ହୋଇଥିବା ବେଳେ ବିଜେଡି କେଉଁଠି ? ୨୦୨୪ ନିର୍ବାଚନରେ ରାଜ୍ୟରେ ୪୨ ଲକ୍ଷ ଅଧିକ ଭୋଟର ସେମାନଙ୍କ ମତାଧିକାର କରିଥିବା ପ୍ରସଙ୍ଗରେ ବିଜେଡିର Stand କଣ ? କେବଳ ନାମକୁ ମାତ୍ର ନିର୍ବାଚନ କମିଶନରେ ଫେରାଦ ହୋଇଗଲେ ହେବନି । Follow Up କରିବାକୁ ପଡ଼ିବ ନା’… ରାଷ୍ଟ୍ରପତି ନିର୍ବାଚନରେ ଓଡ଼ିଆ ଅସ୍ମିତାର କଥା କହୁଥିବା ବିଜେଡି ନିକଟରେ ଶେଷ ହୋଇଥିବା ଉପରାଷ୍ଟ୍ରପତି ନିର୍ବାଚନକୁ ରାଜ୍ୟ ଓ ରାଜ୍ୟବାସୀଙ୍କ ବିକାଶ ସହ ଯୋଡ଼ି, ଭୋଟିଂରୁ ବିରତ ରହିଲା । କେହି ଜଣେ ବି ବିଜେଡି ନେତା କହିପାରିବେ କି, ଉପରାଷ୍ଟ୍ରପତି ନିର୍ବାଚନ କେଉଁଭଳି ଭାବେ ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କ ବିକାଶ ସହ Link ହେଉଛି ! ଯଦି କହି ନପାରିବେ, ତେବେ ଅଣଓଡ଼ିଆ ବିଜେଡି ଜାଣି ରଖିବା ଉଚିତ ଯେ, ଓଡ଼ିଆ ବୁଦ୍ଦୁ ନୁହଁନ୍ତି ।…

Leave a Reply

Your email address will not be published. Required fields are marked *