କୃଷି ବିଲକୁ ବିଜେଡ଼ିର ବିରୋଧ: ୨ ବିଲ୍କୁ ସିଲେକ୍ଟ କମିଟିକୁ ପଠାଇବାକୁ ଦାବି
ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ରାଜ୍ୟସଭାରେ କୃଷି ବିଲକୁ ବିଜେଡ଼ିର ବିରୋଧ। ଦୁଇଟି ବିଲକୁ ସିଲେକ୍ଟ କମିଟିକୁ ପଠାଇବା ପାଇଁ ବିଜେଡ଼ି ଦାବି କରିଛି । କୃଷି ବିଲ୍ ଉପରେ ତର୍ଜମା କରିବା ପାଇଁ ଦାବି କରାଯାଇଛି । ଆଲୋଚନାରେ ଭାଗ ନେଇ ବିରୋଧ କରିଛନ୍ତି ସାଂସଦ ଅମର ପଟ୍ଟନାୟକ। ବିଲରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ନାହିଁ ବୋଲି ଅମର କହିଛନ୍ତି ।
ଦେଶର କୃଷି କ୍ଷେତ୍ରରେ ପରିବର୍ତ୍ତନ ଏବଂ କୃଷକମାନଙ୍କ ରୋଜଗାର ବୃଦ୍ଧି ଉଦ୍ଦେଶ୍ୟରେ ଲୋକସଭା ପରେ ଆଜି ରାଜ୍ୟସଭାରେ ୩ଟିଅଲଗା ଅଲଗା କୃଷି ବିଲ୍ ଉପସ୍ଥାପନ କରାଯାଇଛି । ଲୋକସଭାରେ କୃଷି ବିଲ୍ ପାସ୍ ହୋଇ ସାରିଥିବା ବେଳେ ଆଜି ରାଜ୍ୟସଭାରେ ଏହି ୩ଟି ବିଲକୁ ଉପସ୍ଥାପନ କରାଯାଇଛି। ଏହି ବିଲ୍ ଗତ ଜୁନ୍ ୫ ତାରିଖ ଦିନ ଜାରି ଅଧ୍ୟାଦେଶକୁ ବିଧିବଦ୍ଧ ଆଇନରେ ପରିଣତ କରିବ ।