ନୋମିନେସନ୍‌ ଫାଇଲ୍‌ କଲେ ରୁଦ୍ର, ଅଜିତ୍

ପିପିଲି, (ଓଡିଶା ଟାଇମ୍) : ପିପିଲି ଉପନିର୍ବାଚନ ପାଇଁ ଆଜି ନାମାଙ୍କନର ଶେଷ ଦିନ ଥିବା ବେଳେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ। ପିପିଲିରୁ ନିଜ ସମର୍ଥକଙ୍କ ଗହଣରେ ଶୋଭାଯାତ୍ରାରେ ଯାଇ ପୁରୀରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ରୁଦ୍ର। ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ସେ ନୋମିନେସନ ଫାଇଲ୍ କରିଛନ୍ତି। ପିପିଲି ବାସୀଙ୍କ ଆଶୀର୍ବାଦ ରହିଛି, ନିର୍ବାଚନରେ ସେ ନିଶ୍ଚିତ ଭାବେ ବିଜୟୀ ହେବେ ବୋଲି ରୁଦ୍ର କହିଛନ୍ତି।

ସେହିପରି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି। ନିଜ ସମର୍ଥକଙ୍କ ସହ ପିପିଲିରୁ ପୁରୀ ଅଭିମୁଖେ ଶୋଭାଯାତ୍ରାରେ ଯାଇ ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଛନ୍ତି ଅଜିତ। ତେବେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ପୂର୍ବରୁ ନାମାଙ୍କନ ଦାଖଲ କରିସାରିଛନ୍ତି। ପିପିଲିବାସୀ ସ୍ଥିର କରିସାରିଛନ୍ତି, ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ ପିପିଲିବାସୀ ଜିତାଇବେ ବୋଲି ଆଶ୍ରିତ କହିଛନ୍ତି। ଏପ୍ରିଲ ୧୭ରେ ପିପିଲି ଉପନିର୍ବାଚନ ପାଇଁ ଭୋଟଗ୍ରହଣ ହେବ।

Leave a Reply

Your email address will not be published. Required fields are marked *