ବିଜେଡିର ନୂଆ ସାଂଗଠନିକ ପଦାଧିକାରୀ ନିଯୁକ୍ତ, ସଞ୍ଜୟ ଦାସବର୍ମାଙ୍କୁ ସାଧାରଣ ସମ୍ପାଦକ ଦାୟିତ୍ଵ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଶାସକ ଦଳ ବିଜେଡିରେ ବରିଷ୍ଠ ନେତାଙ୍କୁ ବିଭିନ୍ନ ସାଂଗଠନିକ ପଦପଦବୀରେ ଅଳଂକୃତ କରାଯାଇଛି। ବୁଧବାରଦିନ ଦଳ ପକ୍ଷରୁ ପକାଶିତ ଏକ ଆଦେଶନାମାରେ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମାଙ୍କୁ ପୁଣିଥରେ ମୁଖ୍ୟାଳୟ ସାଧାରଣ ସମ୍ପାଦକ ଦାୟିତ୍ଵ ପ୍ରଦାନ କରାଯାଇଛି। ଯଦିଓ ସେ ପୂର୍ବରୁ ଏହି ପଦବୀରେ କାର୍ଯ୍ୟ କରୁଥିଲେ କିନ୍ତୁ ନୂଆକରି ନିଯୁକ୍ତ ହୋଇଥିବା ସଂଗଠନ ପଦାଧିକାରୀ ତାଲିକାରେ ତାଙ୍କୁ କୌଣସି ପଦବୀ ଦିଆଯାଇ ନଥିଲା।
ସେହିପରି ଦଳରେ ଅସନ୍ତୁଷ୍ଟ ତଥା ମନ୍ତ୍ରୀପଦପାଇଁ ଆଶାୟୀ ଥିବା ବରିଷ୍ଠ ନେତାମାନଙ୍କୁ ବିଭିନ୍ନ ସଂଗଠନ ଦାୟିତ୍ଵ ଦିଆଯାଇ ଥଇଥାନ କରାଯାଇଛି। ଏହି ତାଲିକାରେ ଅନେକ ବରିଷ୍ଠ ସଦସ୍ୟଙ୍କୁ ସାମିଲ୍ କରାଯାଇଥିବା ଦେଖାଯାଇଛି।
ପ୍ରକାଶିତ ଆଦେଶନାମାରେ ୮ଜଣ ନେତାଙ୍କୁ ବରିଷ୍ଠ ଉପ ସଭାପତି ପଦବୀ ମିଳିଥିବାବେଳେ ୯ ଜଣଙ୍କୁ ଉପସଭାପତି ପଦବୀ ପ୍ରଦାନ କରାଯାଇଥିବା ମିଡିଆ ବ୍ୟାପାର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଜଣାଇଛନ୍ତି।
ଯେଉ
୮ ଜଣଙ୍କୁ ବରିଷ୍ଠ ଉପସଭାପତି ଦାୟିତ୍ଵ ମିଳିଛି ସେମାନେ ହେଲେ, ଅନଙ୍ଗ ଉଦୟ ସିଂହଦେଓ, ପ୍ରସନ୍ନ ଆଚାର୍ଯ୍ୟ, ପ୍ରସନ୍ନ କୁମାର ପାଟଶାଣୀ, ପ୍ରଫୁଲ୍ଲ ସାମଲ, ବିଜୟଶ୍ରୀ ରାଉତରା୍ର, ଲାଲ ବିହାରୀ ହିମିରିକା, ଅନନ୍ତ ଦାସ ଏବଂ ବିମ୍ବାଧର କୁଅଁର।
ଠିକ୍ ସେହିପରି ଉପସଭାପତି ଭାବେ ମଙ୍ଗଳା କିଶାନଙ୍କୁ ଆଦିବାସୀ ବ୍ୟାପାର ଏବଂ ସଂଖ୍ୟା ଲଘୁ ଦାୟିତ୍ଵ ଦିଆଯାଇଛି। ସମ୍ବାଦର ସମ୍ପାଦକ ତଥା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଦଳ କଳା, ସଂସ୍କୃତି ଓ ମାନବସମ୍ବଳ ବିକାଶ ଦାୟିତ୍ଵ ଦେଇ ଉପସଭାପତି ପଦରେ ଅଳଂକୃତ କରିଛି।
ଉପସଭାପତି ଭାବେ ନିଯୁକ୍ତି ଦେଇ ଦେବୀ ପ୍ରସାଦ ମିଶ୍ରଙ୍କୁ ମୋ ପରିବାର ଦାୟିତ୍ଵ ଦିଆଯାଇଥିବା ବେଳେ ବିକ୍ରମ କେଶରୀ ଆରୁଖଙ୍କୁ ପରିବେଶ, ଉଷା ଦେବୀଙ୍କୁ ସାମାଜିକ ମଙ୍ଗଳ, ପ୍ରମିଳା ମଲ୍ଲିକଙ୍କୁ ମହିଳା ସଶକ୍ତିକରଣ, ବଦ୍ରି ନାରାୟଣ ପାତ୍ରଙ୍କୁ ଆଞ୍ଚଳିକ ବିକାଶ, ପ୍ରଦୀପ କୁମାର ଅମାତଙ୍କୁ ସଶକ୍ତ ଓଡ଼ିଶା ଏବଂ ପଦ୍ମନାଭ ବେହେରାଙ୍କୁ ଅନୁସୂଚିତ ଜାତି ସଶକ୍ତିକରଣ ଦାୟିତ୍ଵ ଦିଆଯାଇଛି।
ଏହି ତାଲିକାରେ କିଛି ବରିଷ୍ଠ ମନ୍ତ୍ରୀଙ୍କୁ ସାଂଗଠନିକ ଦାୟିତ୍ଵ ମିଳିଥିବାରୁ ଆଗକୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ବେଳେ ସେମାନଙ୍କୁ ମନ୍ତ୍ରୀପଦରୁ ବାଦ ଦିଆଯାଇପାରେ ବୋଲି ରାଜନୀତିକ ଚର୍ଚା ଆରମ୍ଭ ହୋଇଛି।