ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକ, ଜଣଙ୍କ ମୁଣ୍ଡରେ ୬ ହଜାର ଭୋଟର
ଭୁବନେଶ୍ୱର, (ଓଡ଼ିଶା ଟାଇମ୍): ପଦ୍ମପୁର ଉପନିର୍ବାଚନ ପାଇଁ ଜଣେ ବିଜେଡି ପ୍ରଚାରକଙ୍କ ମୁଣ୍ଡରେ ରହିଛି ୬ ହଜାର୨୧୯ଜଣ ଭୋଟରଙ୍କୁ ପ୍ରଭାବିତ କରିବା ଦାୟିତ୍ୱ। ଆଜି ଦଳ ପକ୍ଷରୁ ପ୍ରକାଶିତ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରୁ ଏହାସ୍ପଷ୍ଟ ହୋଇଛି।
ଏହି ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନାମ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟସ୍ଥାନରେ ରହିଛି। ହେଲେ ସଦ୍ୟ ସମାପ୍ତ ଧାମନଗରଉପନିର୍ବାଚନରେ ଯେଉଁ ତୁଙ୍ଗ ନେତାମାନେ ଦଳର ପ୍ରଚାର ମଙ୍ଗ ଧରିଥିଲେ ସେମାନଙ୍କ ନାଁ ଏଥିରେ ନାହିଁ। ସେମାନେ ହେଉଛନ୍ତି ବିଧାୟକ ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାୟ ଓ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ। ଏହି ତାଲିକାରେ ୩ ଜଣ ଅଭିନେତା ରହିଥିବାବେଳେ ପୂର୍ବତନ ମନ୍ତ୍ରୀ ଓ ବରିଷ୍ଠ ନେତାଙ୍କୁ ବି ସ୍ଥାନ ଦିଆଯାଇଛି। ଏମାନେ ଦଳୀୟ ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହାଙ୍କ ପାଇଁ ପ୍ରଚାର କରିବେ।
ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ କେଶରୀ ଦେବ, ନିରଞ୍ଜନ ପୂଜାରୀ, ପ୍ରତାପ ଜେନା, ସୁଶାନ୍ତ ସିଂହ, ରାଜେନ୍ଦ୍ର ଢ଼ୋଲକିଆ, ପ୍ରସନ୍ନ ଆଚାର୍ଯ୍ୟ, ଦେବୀପ୍ରସାଦ ମିଶ୍ର, ଶ୍ରୀମୟୀ ମିଶ୍ର, ସ୍ନେହାଙ୍ଗିନୀ ଛୁରିଆ,ସମୀରରଂଜନ ଦାଶ, ଦିବ୍ୟଶଙ୍କର ମିଶ୍ର , ପ୍ରତାପ ଜେନା, ଡକ୍ଟର ଅରୁଣ ସାହୁ, ରବୀନ୍ଦ୍ର କୁମାର ଜେନା, ସୁଧୀର ସାମଲ, ସାରଦା ନାୟକ, ନବ ଦାସ, ପୁଷ୍ପେନ୍ଦ୍ର ସିଂଦେଓ, କଳିକେଶ ନାରାୟଣ ସିଂଦେଓ, ଟୁକୁନି ସାହୁ, ରୀତା ସାହୁ, ମନୋହର ରନ୍ଧାରୀ, ବିଭୂତି ବଳବନ୍ତରାୟ, ଦେବେଶ ଆଚାର୍ଯ୍ୟ, ରମେଶ ମାଝି, ପ୍ରଶାନ୍ତ ମୁଦୁଲି, ଚନ୍ଦ୍ରସାରଥୀ ବେହେରା, ପ୍ରଦୀପ ମାଝି, ବିକ୍ରମ ପଣ୍ଡା, ଅଳକା ମହାନ୍ତି, ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ, ବ୍ରଜ କିଶୋର ପ୍ରଧାନ, ରାଜେନ୍ଦ୍ର କୁମାର ସାହୁ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶ, ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର , ପ୍ରତାପ ଜେନା ଓ ଡକ୍ଟର ଅରୁଣ ସାହୁ , ଅଭିନେତା ଆକାଶ ଦାସ ନାୟକ, ସତ୍ୟବ୍ରତ ତ୍ରିପାଠୀ ଓ ଅରିନ୍ଦମ ରାୟ ପ୍ରମୁଖ ଭୋଟରଙ୍କୁ ଆକର୍ଷଣ କରିବା ଦାୟିତ୍ୱରେ ରହିଛନ୍ତି।