ଗ୍ୟାସ ଦର ବୃଦ୍ଧିରେ ସାରା ରାଜ୍ୟରେ ବିଜେଡିର ଆନ୍ଦୋଳନ କରିବ

ଭୁବନେଶ୍ବର, (ଓଡିଶା ଟାଇମ୍): ଗ୍ୟାସ ଦର ସାଢ଼େ ୩ ବର୍ଷରେ ୭୦ ପ୍ରତିଶତ ବଢ଼ିଛି। ଅହେତୁକ ଦର ବୃଦ୍ଧି ଦାରିଦ୍ର୍ୟ ସୀମାରେଖା ତଳର ବ୍ୟକ୍ତିଙ୍କୁ ଅତିଷ୍ଠ କଲାଣି। ଉଜ୍ଜ୍ୱଳା ଯୋଜନାରେରେ ମହିଳା ରିଫିଲିଂ କରି ନପାରି ସମସ୍ୟା ଭୋଗୁଛନ୍ତି। ଏହା ବିରୋଧରେ ରାସ୍ତାକୁ ଓହ୍ଲାଇବ ବିଜୁ ଜନତା ଦଳ । ଏପରିକି ବିଜୁ ଯୁବ, ଛାତ୍ର, ମହିଳା ଦଳ ତିନି ଦିନ ଧରି ଆନ୍ଦୋଳନ କରିବ। ଦର ନ  କମିଲେ ପୁନର୍ବାର ଆନ୍ଦୋଳନ କରାଯିବ ବୋଲି କହିଛି ବିଜେଡି ।ଏନେଇ ସାମ୍ବାଦିକ ସମ୍ମିଳନୀରେ ଦଳର ବିଧାୟର ବ୍ୟୋମକେଶ ରାୟ ଓ ଦେବୀରଞ୍ଜନ ତ୍ରିପାଠୀ ସୂଚନା ଦେଇଛନ୍ତି ।

ବିଜେଡି ଅଭିଯୋଗ କରିଛି ଯେ,  ଅଛେଦିନ କଥା କହି ବିଜେପି ସରକାରକୁ  ଆସିଥିଲା। କେବଳ ଗ୍ୟାସ ଦର ନୁହେଁ ସବୁ ଅତ୍ୟାବଶକୀୟ ସାମଗ୍ରୀ ଦର ବଢ଼ିଛି। ସିଏଜି ମଧ୍ୟ ଗ୍ୟାସ୍ ରିଫିଲିଂ ନେଇ ତାଙ୍କ ରିପୋର୍ଟରେ କ୍ଷୋଭ ପ୍ରକାଶ କରିଛନ୍ତି। ନ୍ୟାଶନାଲ ହେଲଥ୍  ସର୍ଭେ ବି କହିଛି ମାତ୍ର ୨୦ ପ୍ରତିଶତ ଗ୍ୟାସ ବ୍ୟବହାର ବଢ଼ିଛି। ଦର ନ କମିଲେ ଆନ୍ଦୋଳନ ପୁରପଲ୍ଲୀ ଯାଏଁ ଯିବ ।  ଦର ବୃଦ୍ଧି ସାଧାରଣ ଖାଉଟିଙ୍କୁ ବ୍ୟଥିତ କରିଛି।

ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ  ୨୨ ତାରିଖରେ କଟକ ଆରଡିସି ଅଫିସ ସମ୍ମୁଖରେ ଧାରଣ ଦେବ ବିଜେଡିର ସମସ୍ତ ଛାମୁଆ ସଙ୍ଗଠନ।ଏହା ସହ  ସବୁ ବ୍ଲକ ସମ୍ମୁଖରେ ଧାରଣା ଦିଆଯିବ। ୨୩ରେ ସମ୍ବଲପୁର ଓ ୨୪ରେ ବ୍ରହ୍ମପୁର ଆରଡିସି ଅଫିସ ସହ ବ୍ଲକ ସମ୍ମୁଖରେ ଆନ୍ଦୋଳନ କରାଯିବ । ଏପରିକି ଦର ନ କମିବା ପର୍ଯ୍ୟନ୍ତ ତୃଣମୂଲ ସ୍ତରକୁ ଆନ୍ଦୋଳନକୁ ବ୍ୟାପକ କରାଯିବ। ନିର୍ଣ୍ଣାୟକ ଲଢେଇ ପାଇଁ  ପ୍ରସ୍ତୁତ ହେଉଥିବା ଦଳ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *