ରୋହିଣୀ କୋର୍ଟରେ ବିସ୍ଫୋରଣ, ୨ ଆହତ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦିଲ୍ଲୀର ରୋହିଣୀ କୋର୍ଟରେ ବିସ୍ଫୋରଣ। ରୋହିଣୀ କୋର୍ଟ ନମ୍ବର ୧୦୨ ରେ ଇକେକ୍ଟ୍ରିକ୍ ଡିଭାଇସ୍ ର ବିସ୍ଫୋରଣ ହୋଇଥିଲା। ଯଦିଓ ଏହି ବିସ୍ଫୋରଣ ଏତେ ବଡ ନଥିଲା କିନ୍ତୁ ଦୁଇଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।
ଦିଲ୍ଲୀ ପୋଲିସର ସୂଚନା ଅନୁସାରେ, ଏହା ବଡ ଧରଣର ବିସ୍ଫୋରଣ ନଥିଲା । ତେବେ ଏହା ଏକ ପ୍ରକାର କ୍ରୁଡ୍ ବମ୍। ପୋଲିସ ଘଟଣା ସ୍ଥଳରୁ ଆଇଆଇଡି ଏକ୍ସପ୍ଲୋସିଭ୍ ଓ ଏକ ଟିଫିନ୍ ଭଳି ଜିନିଷ ଜବତ କରିଛି । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ତଦନ୍ତ କରୁଛି ଓ ଏନଏସଜିକୁ ମଧ୍ୟ ଘଟଣା ସ୍ଥଳକୁ ଡକାଯାଇଛି। ରୋହିଣୀ କୋର୍ଟ ନମ୍ବର ୧୦୨ ରେ ଇକେକ୍ଟ୍ରିକ୍ ଡିଭାଇସ୍ ର ବିସ୍ଫୋରଣ ହୋଇଥିଲା। ଏହା ଏକ ଲାପଟପ୍ ବ୍ୟାଗ ଭିତରେ ରହିଥିଲା ।
ଏହାପରେ ଲୋକଙ୍କ ଭିତରେ ଗୁଳିକାଣ୍ଡର ଗୁଜବ ସୃଷ୍ଟି ହୋଇଥିଲା। ଭୟରେ ଲୋକେ ଧାଁ ଦଉଡ କରିବା ଆରମ୍ଭ କରିଥିଲେ । ଅଳ୍ପ ସମୟ ପରେ ଅଗ୍ନିଶମ ବାହିନୀର ୬ଟି ଗାଡି ଆସି ଘଟଣାସ୍ଥଳରେ ପହଞ୍ଚିଥିଲା । ଏହି ବିସ୍ଫୋରଣରେ ଦୁଇ ଜଣ ବ୍ୟକ୍ତି ସାମାନ୍ୟ ଆହତ ହୋଇଛନ୍ତି। ପୋଲିସ ମଧ୍ୟ ଘଟଣାର ଛାନ୍ଭିନ୍ ଜାରି ରଖିଛି ।