ହୀରାକୁଦ ଜଳଭଣ୍ଡାରରେ ଆରମ୍ଭ ହେଲା ପକ୍ଷୀ ଗଣନା

ସମ୍ବଲପୁର, (ଓଡିଶା ଟାଇମ୍) :ହୀରାକୁଦ ଜଳଭଣ୍ଡାରରେ ଆରମ୍ଭ ହେଲା ବିଦେଶୀ ପକ୍ଷୀ ଗଣନା । ଗୁରୁବାର ସକାଳ ୬ଟାରୁ ଆରମ୍ଭ ହୋଇଛି ପକ୍ଷୀ ଗଣନା । ସମ୍ବଲପୁର, ବରଗଡ ଓ ଝାରସୁଗୁଡା ଫରେଷ୍ଟ ଡିଭିଜନର ମୋଟ୍ ୨୧ଟି ଟିମ୍ ସହିତ ସମ୍ବଲପୁର ଓୟୁଏଟିର ଛାତ୍ରଛାତ୍ରୀ ଏହି ପକ୍ଷୀ ଗଣନାରେ ସାମିଲ ହୋଇଛନ୍ତି ।  ପ୍ରତ୍ୟେକ ଟିମ୍ ମୋଟର ଚାଳିତ ଡଙ୍ଗାରେ ପକ୍ଷୀ ଗଣନା ପାଇଁ ବ୍ୟବହୃତ ବାଇନାକୁଲାର, କ୍ୟାମେରା ଆଦି ଧରି ଜଳଭଣ୍ଡାରକୁ ପ୍ରବେଶ କରିଛନ୍ତି । ଏହି ଗଣନାରେ ୧୪ଟି ଡଙ୍ଗା, ୬ଟି ଲଞ୍ଚ ଓ ଗୋଟିଏ ମଟର ଭେହିକିଲ ଏଥିରେ ସାମିଲ ଅଛି ।

ସୂଚନାଯୋଗ୍ୟ ଯେ, ଗତବର୍ଷ ହୀରାକୁଦ ଜଳଭଣ୍ଡାରକୁ ୯୨ପ୍ରଜାତିର ଏକ ଲକ୍ଷ ୪୫ହଜାର ୯୪୬ପକ୍ଷୀ ଆସିଥିଲେ । କାସପିଆନ ସି, ଅରାଲ ସି, ମଙ୍ଗୋଲିଆ, ହିମାଳୟ ଆଦି ଅଞ୍ଚଳରୁ ପୋଚାର୍ଡ, ବିଲ, ପେଣ୍ଟେଡ଼ ଷ୍ଟ୍ରକ, ଗ୍ରେଟ ଡକ ଭଳି ଅନେକ ପ୍ରଜାତିର ପକ୍ଷୀ ହୀରାକୁଦ ଜଳଭଣ୍ଡାରକୁ ଆସିଥାନ୍ତି । ଦୂର ଦୂରାନ୍ତରୁ ଆସିଥିବା ଏହି ପକ୍ଷୀମାନେ ମାର୍ଚ୍ଚ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଏଠାରେ ରହିଥାନ୍ତି । ଅନୁକୂଳ ପାଗ ଓ ହୀରାକୁଦ ଜଳଭଣ୍ଡାରର ଜଳସ୍ତରକୁ ଦେଖିଲେ ବିଦେଶୀ ପକ୍ଷୀଙ୍କ ପାଇଁ ଖାଦ୍ୟ ସମସ୍ୟା ରହିବ ନାହିଁ । ସେପଟେ ଚଳିତ ବର୍ଷ ହୀରାକୁଦ ଜଳଭଣ୍ଡାରକୁ ଅଧିକ ବିଦେଶୀ ପକ୍ଷୀ ଆସିଥିବା ମଧ୍ୟ ଜଣାପଡିଛି ।

Leave a Reply

Your email address will not be published.