ନାବାଳିକା ଗର୍ଭପାତ ଘଟଣାରେ ଥାନା ଅଧିକାରୀ ନିଲମ୍ବିତ
ସୁନ୍ଦରଗଡ଼ , (ଓଡିଶା ଟାଇମ୍) : ସୁନ୍ଦରଗଡ଼ ବୀରମିତ୍ରପୁରରେ ନାବାଳିକା ଦୁଷ୍କର୍ମ ଓ ବେଆଇନ ଭାବେ ଗର୍ଭପାତ କରାଯାଇଥିବା ଘଟଣା ଘଟିଥିଲା । ଏହି ମାମଲାରେ ବୀରମିତ୍ରପୁର ଥାନା ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀ ନିଲମ୍ବିତ ହୋଇଛନ୍ତି । ତାଙ୍କୁ ନିଲମ୍ବନ କରିଛନ୍ତି ପୋଲିସ ଡିଜିପି ଶ୍ରୀ ଅଭୟ । ପଶ୍ଚିମାଞ୍ଚଳ ଡ଼ିଆଇଜି କବିତା କଲାନ ଏନେଇ ସୂଚନା ଦେଇଛନ୍ତି । ନୂତନ ଥାନା ଅଧିକାରୀ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ସ୍ମିତାରାଣୀ ସୁନା ।