ତାରିକ୍ ସଲିମଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ବୀରମିତ୍ରପୁର, (ଓଡିଶା ଟାଇମ ) :ବୀରମିତ୍ରପୁର ପୁଲିସ ଦ୍ୱାରା ସିମଡେଗାରୁ ଗିରଫ ହୋଇଥିବା ତାରିକ ସଲିମ(୨୬)ଙ୍କ ମୃତ୍ୟୁକୁ ନେଇ ବୀରମିତ୍ରପୁରରେ ଉତ୍ତେଜନା ସୃଷ୍ଟି ହୋଇଛି। ଉତ୍ୟକ୍ତ ଲୋକେ ଥାନା ଘେରାଉ କରିଛନ୍ତି। କୌଣସି ମାମଲାରେ ତାରିକଙ୍କୁ ସିମଡେଗାରୁ ପୁଲିସ ଗିରଫ କରିଥିଲା। ତାଙ୍କ ଭାଇ ସାକିଲ ସଲିମଙ୍କୁ ବେଦବ୍ୟାସରୁ ଓ ମାମୁ ମହମ୍ମଦ ସକିଲଙ୍କୁ ପୁଲିସ ବୀରମିତ୍ରପୁରରୁ ଉଠାଇଥିଲା। ତାରିକ ଅସୁସ୍ଥ ହେବାରୁ ତାଙ୍କୁ ଡାକ୍ତରଖାନା ନିଆ ଯାଇଥିଲା ଓ ସେଠାରେ ସେ ମୃତ୍ୟୁ ବରଣ କରିଥିଲେ।

ତେବେ ଏହି ମୃତ୍ୟୁକୁ ନେଇ ବୀରମିତ୍ରପୁରରେ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ ତାଙ୍କୁ ହାଜତରେ ମାରିଥିବା ଅଭିଯୋଗ କରି ଲୋକେ ପାଟିତୁଣ୍ଡ କରିଛନ୍ତି।

ଏସପି ସାଗରୀକା ନାଥ ପହଞ୍ଚି ଗଣାମାଧ୍ୟକୁ କହିଛନ୍ତି ଯେ, ମୃତ୍ୟୁର ଉପଯୁକ୍ତ ତଦନ୍ତ ହେବ। ୩ ଡାକ୍ତର ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଷ୍ଟମର୍ଟମ ହେବ। ଯିଏ ଦୋଷୀ ବୋଲି ପ୍ରମାଣ ମିଳିବ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସପି କହିଛନ୍ତି।

Leave a Reply

Your email address will not be published. Required fields are marked *