ଜନମଙ୍ଗଳ ସରକାର ଓ କୋକୁଆ ମାୟା
ବିଜ୍ଞାନ ଯୁଗରେ ଆମେ କଣ ପୁରାଣ ଯୁଗର କୋକୁଆ ମାୟାରେ ବାୟା ହୋଇ ଯିବା କି ? ଦେଶରେ ବା ରାଜ୍ୟରେ ଜନମଙ୍ଗଳ ସରକାର ଶାସନ କରୁଛନ୍ତି କିମ୍ବା କୋକୁଆ ମାୟା ତିଆରୁଛନ୍ତି? ଏଭଳି ପ୍ରଶ୍ନ ଆଜି ଅନେକଙ୍କୁ ଆନ୍ଦୋଳିତ କରୁଛି, ଏପରି ମହାମାରୀ ରୋକିବା ନେଇ ସରକାର ଯେତେ ଯେତେ ପଦକ୍ଷେପ ନେଇପାରନ୍ତି.. ନିଅନ୍ତୁ, କିନ୍ତୁ ପ୍ରସଙ୍ଗ ହେଉଛି ସେହି ତୁଳନାରେ ଅନ୍ୟାନ୍ୟ ପୁରାତନ ରୋଗକୁ କାହିଁକି ନୁହେଁ? କେବଳ କରୋନାକୁ ଭିତ୍ତିକରି ଯେଉଁଭଳି ପ୍ରଚାର, ଅପପ୍ରଚାର ଚାଲିଛି ତାହା ଦ୍ଵାରା କରୋନା ଭୁତାଣୁ ରୋଗ ଲକ୍ଷଣ ନହୋଇ କୋକୁଆ ରୂପରେ ଆମକୁ ଗ୍ରାସ କରୁନାହିଁ କି?
ଗୋଟିଏ ଯୁକ୍ତି କରୋନା ରୋଗକୁ ପ୍ରତିରୋଧ କରିବା ପାଇଁ ଟୀକା ବାହାରିନି, କିନ୍ତୁ ଭାରତୀୟ ଔଷଧରେ 80% କରୋନା ରୋଗୀ ଆରୋଗ୍ୟ ଲାଭ କରୁଥିବା ତଥ୍ୟ ପ୍ରଚାର ଚାଲିଛି, ଏହା ଅସତ୍ୟ କି? ଯଦି ଅସତ୍ୟ ନୁହେଁ-ସେହିତୁଳନାରେ ଏଚ୍ଆଇଭି-ଏଡ୍ସ, କ୍ୟାନ୍ସର ପାଇଁ 100% ଆରୋଗ୍ୟ ଔଷଧର ଉଦ୍ଭାବନ କେବେ ହେବ? ଟିବି, ମ୍ୟାଲେରିଆ, ହଇଜା ଭଳି ମହାମାରୀରେ ଏବଂ ସାପକାମୁଡା, କୁକୁର କାମୁଡା ଇତ୍ୟାଦିରେ ଆକ୍ରାନ୍ତ ରାଜ୍ୟରେ ହଜାର ହଜାର ମଣିଷଙ୍କ ମୃତ୍ୟୁ ହେବା ଅସତ୍ୟ କି? ତେବେ ସେମାନଙ୍କ ଜୀବନ ରକ୍ଷା କେବେ ଓ କିପରି ହେବ ? ଏକ୍ଷେତ୍ରରେ ଜନମଙ୍ଗଳ ସରକାର କେତେ ତତ୍ପର ! ପ୍ରତ୍ୟେହ ସକାଳ ସନ୍ଧ୍ୟାରେ ଏନେଇ ତଥ୍ୟ ନିଶ୍ଚିତ କରିବାକୁ ଆମକୁ ଆଉ କେତେ ବର୍ଷ ଅପେକ୍ଷା କରିବାକୁ ପଡିବ??
କିନ୍ତୁ କରୋନା ପାଇଁ ମାତ୍ରାଧିକ ପ୍ରଚାର ପ୍ରସାର ପ୍ରଘଟ କରାଯାଉ ନାହିଁକି !! କରୋନା ଭଳି ଯକ୍ଷ୍ମା ବି ମାରାତ୍ମକ, ଔଷଧ ଥିଲେ ବି ବିଚରା ଆମଦେଶରେ ଅନେକ ଲୋକଙ୍କ ମୃତ୍ୟୁ ହେଉଛି, ପ୍ରତ୍ୟେହ ଅନେକଙ୍କ ସଂକ୍ରମଣ ବଢୁଛି, ହେଲେ ଜନମଙ୍ଗଳ ସରକାର ତତ୍ପରତା ଦେଖାଇବାକୁ କିଏ ମନାକରିଛି? ବସନ୍ତ, ହଇଜା, ପୋଲିଓ ଇତ୍ୟାଦି ରୋଗର ଟୀକା ବାହାରିବା ପାଇଁ ବର୍ଷ ବର୍ଷ ଅପେକ୍ଷା କରାଯାଇଛି, ହେଲେ କରୋନା ପାଇଁ 6/7 ମାସରେ ସମ୍ଭାବନା ଉଜ୍ବଳ ! ଅନେକ ପ୍ରକାରର ଅନ୍ଧବିଶ୍ୱାସ, ଅଖାଦ୍ୟ ଓ ଅପରିବେଶ ଜନିତ ରୋଗରୁ ଆମକୁ ତ୍ରାହି ମିଳୁଛି କି, କିମ୍ବା କରୋନାରୁ ରକ୍ଷା ପାଇଁ ଯେଉଁ ସରକାରୀ ଆଗ୍ରହ ପ୍ରକାଶ ପାଉଛନ୍ତି ତାହା ଅନେକ କ୍ଷେତ୍ରରେ ହେବାରେ ଅସୁବିଧା କଣ? ମଣିଷ ମୃତ୍ୟୁ ଗାଣିତିକ ବା ଶତକଡା ହିସାବରେ ବିଭିନ୍ନ ରୋଗ ଯେ କରୋନା ଠାରୁ ପଛରେ ନାହିଁ ! ଏହି ନିଷ୍ଠୁର ସତ୍ୟକୁ ଜନମଙ୍ଗଳ ସରକାର ହୁଏତ ଶୁଣି ନସୁଣିଲା ଭଳି ରହି ପାରନ୍ତି କିନ୍ତୁ ଯଦୁ ବଂଶ ନାସ କରିଥିବା ଅଦୃଶ୍ୟ କୋକୁଆ ମାୟାରେ ଅନ୍ତତଃ ଆମେ ବିଜ୍ଞାନୀ ସମାଜ ବାୟା ହୋଇ ଯିବାନି ତ…. !!
ଲେଖକ ଜଣେ ମୁକ୍ତବୃତ୍ତ ସ୍ତମ୍ଭକାର। ତାଙ୍କ ସହ ଯୋଗାଯୋଗ ନମ୍ବର: ୯୩୩୮୨୩୩୬୩୫