ସଡ଼କ ଦୁର୍ଘଟଣାରେ ୨ ବାଇକ୍ ଆରୋହୀ ମୃତ

ସମ୍ବଲପୁର, (ଓଡିଶା ଟାଇମ୍) :ଭାରସାମ୍ୟ ହରାଇ ବ୍ରିଜ୍‌ରେ ପିଟିହୋଇ ନାଳକୁ ଖସିଲା ବାଇକ୍ । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର କରିଛି ।

ସୂଚନାଯୋଗ୍ୟ ଯେ, ସମ୍ବଲପୁର ଜିଲ୍ଲା ରେଢାଖୋଲ ନାକଟିଦେଉଳ ରାସ୍ତା ଡିମିରିକୁଦା ବ୍ରିଜରେ ଦୁର୍ଘଟଣା ଘଟିଛି । ବୁଧବାର ବିଳମ୍ବିତ ରାତିରେ ବ୍ରିଜ୍ ଉପରେ ବାଇକ୍ ପିଟି ହେବା ଯୋଗୁଁ ନାଳ ତଳକୁ ଖସି ପଡିଥିଲେ ବାଇକ୍ । ଘଟଣାସ୍ଥଳରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି । ନାଳରୁ ବାଇକ୍ ସମେତ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି ।

Leave a Reply

Your email address will not be published.