ଭୁବନେଶ୍ୱର ଏୟାରପୋର୍ଟରେ ଲାଗୁ ହେଲା ନୂଆ ପାର୍କିଂ ନୀତି

ବ୍ୟକ୍ତିଗତ ଗାଡ଼ି ପାଇଁ କୌଣସି ପାର୍କିଂ ଦେୟ ପଡିବ ନାହିଁ

ଆଜିଠାରୁ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ନୂଆ କାର ପାର୍କିଂ ନୀତି ଲାଗୁ ହୋଇଛି । ଘରୋଇ ବା ବ୍ୟକ୍ତିଗତ ଗାଡ଼ିଗୁଡ଼ିକ ଯାତ୍ରୀମାନଙ୍କୁ ଏୟାରପୋର୍ଟରେ ଡ୍ରପ କରିବା ଓ ପିକ୍‌-ଅପ କରିବା ପାଇଁ କୌଣସି ପାର୍କିଂ ଦେୟ ପଡିବ ନାହିଁ । ତେବେ ପାର୍କିଂରେ ଅପେକ୍ଷା କରିବା ପାଇଁ ଆବଶ୍ୟକ ଦେୟ ଲାଗୁ ହେବ ।  ଏହି ନୂଆ ନୀତି ଆଜି ଅପରାହ୍ନ ୨ଟାରୁ ଲାଗୁ ହୋଇଛି । ଏ ସଂପର୍କରେ ଏୟାରପୋର୍ଟ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି ।

ଗତ ମାର୍ଚ୍ଚ ୪ ତାରିଖରେ କେନ୍ଦ୍ର ବେସାମରିକ ବିମାନଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା କହିଥିଲେ ଯେ ଏପ୍ରିଲ ୧ରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେନୂଆ ପାର୍କିଂ ନୀତି ଲାଗୁ ହେବ । ଏହା ଅନୁଯାୟୀ ଘରୋଇ ଗାଡ଼ି ପାଇଁ କୌଣସି ଦେୟ ପଡିବ ନାହିଁ , କିନ୍ତୁ ବ୍ୟବସାୟିକ ଭିତ୍ତିରେ ଚାଲଥିବା ଗାଡି ପାଇଁ ୪୦ ଟଙ୍କା ଲେଖାଏଁ ପାର୍କିଂ ଫି ଆଦାୟ ହେବ । ତେବେ କୌଣସି କାରଣରୁ ଏପ୍ରିଲ ପହିଲାରେ ଏହା ଲାଗୁ ହୋଇପାରିନଥିଲା ।

One thought on “ଭୁବନେଶ୍ୱର ଏୟାରପୋର୍ଟରେ ଲାଗୁ ହେଲା ନୂଆ ପାର୍କିଂ ନୀତି

  1. ଭାଷାର ଶାଳୀନତା ରକ୍ଷା କରିବା ପ୍ରତିଟି ନେତାର କର୍ତ୍ତବ୍ୟ !
    କାରଣ ତାଙ୍କ ଠାରୁ ଜନତା ସବୁକଥା ଶିଖେ ।

Leave a Reply to Chakradhar Mohanta Cancel reply

Your email address will not be published. Required fields are marked *