ହେଲୋ… ମୁଁ ଆସୁଛି ଭୁବନେଶ୍ବର : ହାଇଦ୍ରାବାଦରୁ ସୁସ୍ଥ ହୋଇ ଫେରୁଥିବାବେଳେ ଏକଥା କହିଲେ ବିଜୟ ମହାନ୍ତି

ଭୁବନେଶ୍ଵର, (ଓଡିଶା ଟାଇମ୍) : ଓଲିଉଡ଼ର ଲୋକପ୍ରିୟ ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କ ସ୍ଵାସ୍ୟାବସ୍ଥାରେ ଧୀରେ ଧୀରେ ସୁଧାର ଆସୁଛି । ନିଃଶ୍ବାସପ୍ରଶ୍ୱାସ ନେବାରେ ସମସ୍ୟା ହେଉଥିବାରୁ ହାଇଦ୍ରାବାଦର ଏକ ମେଡିକାଲ୍‌ରେ ବିଜୟ ଚିକିତ୍ସିତ ହେଉଥିଲେ । ସୁସ୍ଥ ହେବା ପରେ ଆଜି ଆଇସିୟୁରୁ ତାଙ୍କୁ ଡିସଚାର୍ଜ କରାଯାଇଛି । ସେ ହାଇଦ୍ରାବାଦରୁ ଭୁବନେଶ୍ବର ଫେରୁଛନ୍ତି । ବିଜୟଙ୍କୁ ଆଣିବା ପାଇଁ ଭୁବନେଶ୍ବରରୁ ଏକ ଆମ୍ବୁଲାସ ଗାଡ଼ି ସହିତ ଏକ ଟିମ୍ ଆଜି ହାଇଦ୍ରାବାଦ୍ ଯାଇଛନ୍ତି । ଏହି ଟିମ ରେ ଜଣେ ଡାକ୍ଟର , ଜଣେ ଟେକ୍‌ନିସିଆନ୍ ଏବଂ ଦୁଇଜଣ ଡ୍ରାଇଭର ରହିଛନ୍ତି । ଏହା ସହିତ ଆମ୍ବୁଲାନ୍ସରେ ସପୋର୍ଟ ପାଇଁ ପୂରା ଅପରେସନ୍ ଥୁଏଟର୍ ରହିଛି ।

ବିଜୟ ମହାନ୍ତି ୧୯୫୦ ମସିହା ଅପ୍ରେଲ ୮ ତାରିଖରେ କେନ୍ଦ୍ରାପଡା ଜିଲ୍ଲାର ପାଣ୍ଡିରି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ବିଜୟ ମହାନ୍ତି ନୂଆଦିଲ୍ଲୀ ସ୍ଥିତ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାରୁ ଶିକ୍ଷାଗ୍ରହଣ କରିଥିଲେ । ୧୯୭୭ ମସିହାରେ ‘ଚିଲିକା ଚୀରେ’ କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିଲେ । ବର୍ତ୍ତମାନ ସୁଦ୍ଧା ୧୮୦ରୁ ଅଧିକ ଓଡିଆ ଚଳଚ୍ଚିତ୍ରରେ ଅଭିନୟ କରିବା ସହ ଗୋଟିଏ ଓଡିଆ କଥାଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ।

Leave a Reply

Your email address will not be published.