ନେପାଳ ରାସ୍ତା ଦେଇ ଦେଶରେ ପ୍ରବେଶ କରିଛନ୍ତି ଜୈସର ୬ ଆତଙ୍କବାଦୀ
ପାଟଣା, (ଓଡିଶା ଟାଇମ୍) :ପୋଲିସ ମୁଖ୍ୟାଳୟ ସୂତ୍ର ଅନୁଯାୟୀ, ସ୍ପେଶାଲ ବ୍ରାଞ୍ଚ ଏସପି ମୁଜାଫରପୁର ସହିତ ଉତ୍ତର ବିହାରର ସମସ୍ତ ଜିଲ୍ଲାରେ ହାଇ ଆଲର୍ଟ ଜାରି କରିଛନ୍ତି । ନେପାଳ ରାସ୍ତା ଦେଇ ଜୈସର ୬ରୁ ଅଧିକ ଆତଙ୍କବାଦୀ ବିହାରରେ ପ୍ରବେଶ କରିଥିବା ଆଲର୍ଟରେ ଉଲ୍ଲେଖ ରହିଛି। ଏହି ସମସ୍ତ ଆତଙ୍କବାଦୀ ପାକିସ୍ତାନ ସେନା ଦ୍ୱାରା ପ୍ରଶିକ୍ଷିତ। ଏହି ଆଲର୍ଟ ସହିତ ସ୍ପେଶାଲ ବ୍ରାଞ୍ଚ ଏସପି ଉତ୍ତର ବିହାରର ସମସ୍ତ ଏସପିଙ୍କୁ ଗାଇଡଲାଇନ ଜାରି କରିଛନ୍ତି । ସୂଚନା ଅନୁଯାୟୀ, ଆତଙ୍କବାଦୀଙ୍କ ଟାର୍ଗେଟରେ ବିହାର ସମେତ ଦେଶର ଅନେକ ରାଜନେତା ଓ ପ୍ରମୁଖ ସାର୍ବଜନିକ ସ୍ଥଳ ରହିଛି ।
ପୂର୍ବରୁ ମାର୍ଚ୍ଚ ମାସରେ ଏହିଭଳି ଏକ ଆଲର୍ଟ ଏସଏସବି ଦ୍ୱାରା ଜାରି କରାଯାଇଥିଲା । ସେହି ଆଲର୍ଟରେ ମଧ୍ୟ ନେପାଳ ଦେଇ ବିହାରରେ ୧୫୦ରୁ ଅଧିକ ଲୋକେ ବିହାରରେ ପ୍ରବେଶ କରିଥିବା ସୂଚନା ଦିଆଯାଇଥିଲା ଯେଉଁମାନେ ବିହାର ଲୋକଙ୍କୁ କରୋନା ସଂକ୍ରମିତ କରିପାରନ୍ତି । ସୂଚନାକୁ ଦୃଷ୍ଟିରେ ରଖି ବିହାର ପୋଲିସ ବିହାର-ନେପାଳ ସୀମାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବ ସହ ସିସିଟିଭି ଜରିଆରେ ନଜର ରଖାଯାଉଥିଲା । ଏପରିକି ସିମବର୍ତ୍ତୀ ଅଞ୍ଚଳରେ ATS ନିୟୋଜିତ କରାଯାଇଥିଲା ।
ସୂଚନାଯୋଗ୍ୟ ଯେ, ୨୦୧୩ ଅକ୍ଟୋବର ୨୭ ତାରିଖରେ ପାଟଣା ଗାନ୍ଧୀ ମୈଦାନରେ ଏକ ବ୍ଲାଷ୍ଟ ହୋଇଥିଲା । ସେତେବେଳେ ନରେନ୍ଦ୍ର ମୋଦି ଏକ ଜନସଭାକୁ ସମ୍ବୋଧିତ କରୁଥିଲେ । ଆତଙ୍କବାଦୀ ପାଟଣା ସହରର ମଝିରେ ଅବସ୍ଥିତ ଗାନ୍ଧୀ ମୈଦାନରେ ଏକାଥରେ ୫ଟି ସିରିଏଲ ବ୍ଲାଷ୍ଟ କରି ସାରା ଦେଶରେ ଆତଙ୍କୀ ପରିସ୍ଥିତି ସୃଷ୍ଟି କରିଥିଲେ । କିନ୍ତୁ କିଛି ଦିନ ମଧ୍ୟରେ ବିହାର ପୋଲିସ ଓ NIA ଏହି ବିସ୍ଫୋରଣ ଘଟଣାର ପର୍ଦାଫାଶ କରିଥିଲେ । ଏହାପରେ ବଢାଗୟ ସ୍ଥିତ ମହାବଧି ମନ୍ଦିରକୁ ମଧ୍ୟ ଆତଙ୍କବାଦୀ ଟାର୍ଗେଟ କରିଥିଲେ ।