ଆଜି ପଞ୍ଚଭୂତରେ ବିଲୀନ ହେବେ CDS ବିପିନ ରାୱତଙ୍କ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଶୁକ୍ରବାର ସିଡିଏସ୍ ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ଏହି ଶେଷକୃତ୍ୟରେ ସମ୍ମାନ ପ୍ରଦର୍ଶନ ପୂର୍ବକ ଶ୍ରୀଲଙ୍କା, ନେପାଳ ଓ ଭୂଟାନାର ତୁଙ୍ଗ ସେନା ଅଧିକାରୀ ଯୋଗଦେବେ । ସୂଚନା ଅନୁସାରେ ଦିଲ୍ଲୀ କ୍ୟାଣ୍ଟନମେଣ୍ଟର ବ୍ରାର ସ୍କୋୟାର ଶ୍ମଶାନ ଘାଟରେ ତାଙ୍କର ଶେଷକୃତ୍ୟ କରାଯିବ । ଏଥିରେ ଶ୍ରୀଲଙ୍କା ସେନାର ସିଡିଏସ୍ ତଥା କମାଣ୍ଡର ଜେନେରାଲ ଶଭେନ୍ଦ୍ର ସିଲ୍ଭା ଓ ପୂର୍ବତନ ସିଡିଏସ୍ ଆଦାମ ରବି ୱିଜେଗୁଣରତ୍ନେ ସାମିଲ ହେବେ । ୱିଜେଗୁଣରତ୍ନେ ଭାରତର ନ୍ୟାସନାଲ ଡିଫେନ୍ସ କଲେଜରେ ଥିଲେ ସିଡିଏସ୍ ଜେନେରାଲ ରାୱତଙ୍କ ସହପାଠୀ ।
ସେହିଭଳି ଭୂଟାନ ସେନାର ଦ୍ୱିତୀୟ ସର୍ବୋଚ୍ଚ କମାଣ୍ଡର ବ୍ରିଗେଡିୟର ଦୋର୍ଜି ରିନଚେନ ଏବଂ ନେପାଳ ସେନାର ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ବାଲକ୍ରିଷ୍ଣା କାର୍କି ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ୨୦ରୁ ଅଧିକ ଦେଶ ଜେନେରାଲ ରାୱତଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି ।