ଭୁଷୁଡ଼ି ପଡ଼ିଲା କଟକର ଛତ୍ର ବଜାର ପୋଲ; ମାଟି ତଳେ କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ
କଟକ, (ଓଡିଶା ଟାଇମ୍): ଭୁଶୁଡ଼ିଲା ଛତ୍ରବଜାର ପରିବା ମାର୍କେଟ ନିକଟ ପୋଲ । ଛତ୍ରବଜାରରୁ ମାଲଗୋଦାମକୁ ସଂଯୋଗ କରୁଥିବା ପୋଲ ଭୁଶୁଡ଼ିଲା । ପୋଲ ତଳେ କିଛି ଲୋକ ଚାପି ହୋଇଯାଇଥିବା ସୂଚନା । ପୋଲ କାମ ଚାଳିଥିବା ବେଳେ କିଛି ଅଂଶ ଭୁଶୁଡ଼ିଥିବା ସୂଚନା । ସୂଚନା ଅନୁଯାୟୀ ପୋଲର ସାଇଡ୍ ୱାଲ ଭୁଶୁଡ଼ିପଡ଼ିଛି । ଘଟଣା ସ୍ଥଳରେ ପୋଲିସ ଏବଂ ଓଡ୍ରାଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲ ପଠାଗଲା । ପୋଲ ତଳେ ଆଉ କିଛି ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି ।
ସେପଟେ ପୋଲ ଭୁଶୁଡ଼ିଥିବା ସ୍ଥାନରେ ପହଞ୍ଚିଛନ୍ତି କଟକ ଜିଲ୍ଲାପାଳ । ଘଟଣାକୁ ଅତ୍ୟନ୍ତ ଦୁଃଖଦକର କହିବା ସହ, ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ତଦନ୍ତ କିଏ କରିବ ସରକାର ନିଷ୍ପତ୍ତି ନେବେ କହିଲେ ଜିଲ୍ଲାପାଳ । ଯେଉଁମାନେ ଦାୟୀ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ।