ଇଦ ପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ
ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ପବିତ୍ର ଇଦ । ଇସଲାମ ଧର୍ମାବଲମ୍ବୀଙ୍କ ପାଇଁ ଇଦ ଏକ ବଡ ପର୍ବ । ସାରା ଦେଶରେ ହର୍ଷ ଉଲ୍ଲାସର ସହ ପାଳନ ହେଉଛି । ଏହାକୁ ଦ୍ରୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରଯାଇଛି । କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ପାଇଁ ରାଜଧାନୀରେ ୨୦ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ଇଦ୍ ପାଳନ ଅବସରରେ ସହରରେ ଯେମିତି ବଡ଼ଧରଣର ସଭାସମିତି କିମ୍ବା ଉତ୍ସବ ପାଳନ ନ ହେବ ସେଥିପ୍ରତି ପୁଲିସ ପକ୍ଷରୁ ବିଶେଷ ଦୃଷ୍ଟି ଦିଆଯାଇଛି । ଲକ୍ଡାଉନ୍ ଯୋଗୁଁ କୌଣସି ମସ୍ଜିଦ କିମ୍ବା ଧର୍ମାନୁଷ୍ଠାନରେ ସମୂହ ପ୍ରାର୍ଥନା କିମ୍ବା ସଭାସମିତିକୁ ବାରଣ କରାଯାଇଛି । ଏନେଇ କମିଶନରେଟ୍ ପୁଲିସ ଓ ମୁସଲମାନ ଧର୍ମାବଲମ୍ୱୀଙ୍କ ମଧ୍ୟରେ ଏକ ବୈଠକରେ ଆଲୋଚନା ହୋଇଛି । କମିଶନରେଟ୍ ପୁଲିସର ପ୍ରତି ଥାନା ଅଞ୍ଚଳରେ ମଧ୍ୟ ସ୍ୱତନ୍ତ୍ର ପୁଲିସ ଟିମ୍ ଗଠନ କରାଯାଇଛି । ଏହି ଟିମ୍ ସେମାନଙ୍କ ନିଜ ନିଜ ଅଞ୍ଚଳରେ ପାଟ୍ରୋଲିଂ କରିବେ । ଏହା ସହ ଯେଉଁ ଯାଗାରେ ମସଜିଦ ରହିଛି ସେଠାରେ କିଛି ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ବୋଲି ଭୁବନେଶ୍ୱର ଡିସିପି ଅନୁପ ସାହୁ କହିଛନ୍ତି ।