ଭୁବନେଶ୍ୱର: ଚିହ୍ନଟ ହେଲେ ଆଉ ୨୨ କରୋନା ଆକ୍ରାନ୍ତ
ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜଧାନୀ ଭୁବନେଶ୍ୱରରୁ ଆଉ ୨୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୫ଜଣ ସୁସ୍ଥ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩ ଜଣ କ୍ୱାରେଣ୍ଟାଇନରେ ରହିଥିବା ବେଳେ ୧୯ ଜଣ ସ୍ଥାନୀୟ ବ୍ୟକ୍ତି ରହିଛନ୍ତି । ଏନେଇ ବିଏମସି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଏହାକୁ ମିଶାଇ ରାଜଧାନୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨୦କୁ ବୃଦ୍ଧି ପାଇଛି । ମୋଟ ୨୨୦ ପଜିଟିଭରୁ ୩ଜଣଙ୍କ ମୃତ ହୋଇଥିବା ବେଳେ ୧୧୩ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ୧୦୩ଜଣ କରୋନା ଆକ୍ରାନ୍ତ ବିଭିନ୍ନ ମେଡିକାଲରେ ଚିକିତ୍ସାଧୀନ ରହିଛନ୍ତି ।
୧୯ ଲୋକାଲ୍ କଣ୍ଟାକ୍ଟ୍ କେସ୍ ମଧ୍ୟରୁ ୧୬ଜଣ ଏକ ଘରୋଇ ହସ୍ପିଟାଲର କର୍ମଚାରୀ। ୧୬ ଜଣଙ୍କ ମଧ୍ୟରୁ ୩ ଜଣ ପୁରୁଷ ଏବଂ ୧୩ ଜଣ ମହିଳା କର୍ମଚାରୀ ଅଛନ୍ତି। ନୀଳାଦ୍ରି ବିହାରୁ ୨ଟି ଓ ଶୈଳଶ୍ରୀ ବିହାରରୁ ଗୋଟିଏ ଲୋକାଲ୍ କେସ୍ ରହିଛି। ପୂର୍ବ ପଜିଟିଭଙ୍କ ସଂସ୍ପର୍ଶରେ ଆସି ନୀଳାଦ୍ରି ବିହାରର ୨ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି।
ସେହିପରି ହୋମ୍ କ୍ୱାରେଣ୍ଟିନ୍ କେସ୍ରେ ଚନ୍ଦ୍ରଶେଖରପୁରରୁ ଜଣେ, VSS ନଗରରୁ ଜଣେ ଓ ଆଉ ଜଣେ ରେଲ୍ୱ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଅନ୍ୟପକ୍ଷରେ ଭୁବନେଶ୍ୱରରେ ଆଉ ୧୫ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ନୂଆ ଆକ୍ରାନ୍ତଙ୍କୁ ମିଶାଇ ଏଯାବତ୍ ଭୁବନେଶ୍ୱରରେ ଆକ୍ରାନ୍ତ ସଂଖ୍ୟା ୨୨୦ରେ ପହଞ୍ଚିଛି।