ଭସାଣୀ ବେଳେ ମାଡିଗଲା କାର୍‌, ଚକା ତଳେ ଚାପି ହୋଇଗଲା ଶିଶୁ

ଭୋପାଳ, (ଓଡିଶା  ଟାଇମ୍): ଛତିଶଗଡର ଜଶପୁର ଘଟଣା ମନରୁ ନଲିଭୁଣୁ ଏବେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଘଟିଛି ଏଭଳି ଘଟଣା । ଭୋପାଳରେ ଦୁର୍ଗା ବିସର୍ଜନ ସମାରୋହରେ ଜଡିତ ଲୋକଙ୍କ ଉପରେ ମାଡ଼ିଯାଇଛି କାର୍ । ଏହି ଦୁର୍ଘଟଣାରେ ଜଣେ ଶିଶୁ ଆହତ ହୋଇଛନ୍ତି । ବାଜରିଆର ଭୋପାଳ ରେଳ ଷ୍ଟେସନ ନିକଟରେ ଏହି ଘଟଣା ଘଟିଛି । ସୂଚନାନୁସାରେ, ଭୋପାଳର ରେଳ ଷ୍ଟେସନ ନିକଟ ବାଜରିଆ ତିରାହରେ ଶନିବାର-ରବିବାର ରାତିରେ ଦୁର୍ଗା ମୂର୍ତ୍ତି ବିସର୍ଜନ ସମୟରେ ଘଟିଛି ଏମିତି ଘଟଣା । ବିସର୍ଜନ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ । ହେଲେ ହଠାତ୍ ଏକ କାର ଭିଡ଼ ଭିତରକୁ ପ୍ରବେଶ କରିଥିଲା । ଏହି ସମୟରେ ଦ୍ରୁତଗାମୀ ବେଗରେ ଆସୁଥିବା କାରଟିକୁ ରିଭର୍ସ ନେଇଥିଲେ ।

ତେବେ ଏହି ସମୟରେ ଏକ ଶିଶୁ କାରର ଚକ ତଳେ ଆସିଥିଲେ । କାରର ଚକ ତଳେ ଆସିଥିବା ପିଲାଟିକୁ ସଂଗେ ସଂଗେ ଉପସ୍ଥିତ ଲୋକମାନେ ଚିକିତ୍ସା ପାଇଁ ଡାକ୍ତରଖାନା ନେଇଥିଲେ । ବର୍ତ୍ତମାନ ସେ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି । ଚିକିତ୍ସା ପରେ ଡାକ୍ତରମାନେ ଶିଶୁକୁ ଡିସଚାର୍ଜ କରିଥିଲେ । ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଭିଡିଓରେ ଏକ କାର ମାଡିଯାଉଥିବାର ଦେଖିବାକୁ ମିଳିଛି । ସେପଟେ ଦୁର୍ଘଟଣାକୁ ଗୁରୁତର ସହ ନେଇ ଭୋପାଳ ପୋଲିସ ତଦନ୍ତ ଆରମ୍ଭ କରିଛି । କାରର ନମ୍ୱର ଜାଣିବାକୁ ପୋଲିସ ଘଟଣାସ୍ଥଳରେ ଲଗାଯାଇଥିବା ସିସିଟିଭି କ୍ୟାମେରାକୁ ଯାଞ୍ଚ କରୁଛି ।

Leave a Reply

Your email address will not be published. Required fields are marked *