ଆଜିଠୁ ୯ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ଭିତରକନିକା

ପଟ୍ଟାମୁଣ୍ଡାଇ, (ଓଡିଶା ଟାଇମ୍) : କେନ୍ଦ୍ରାପଡା ଜିଲ୍ଲାର ଗର୍ବ ଗୌରବ କୁହାଯାଉଥିବା ଜାତୀୟ ଉଦ୍ୟାନ ଭିତରକନିକା ପର୍ଯ୍ୟଟକମାନଙ୍କ ପାଇଁ ଆଜି ଠାରୁ ଦୀର୍ଘ ୯ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ। ଏହି ସମୟରେ କୁମ୍ଭୀରମାନଙ୍କ ଗଣନା ହେବ। ଏଥିରେ କୁମ୍ଭୀର ବିଶାରଦ ଡକ୍ଟର ସୁଧାକର କରଙ୍କ ନେତୃତ୍ବରେ୨୨ଟି ଟିମ୍ ନିୟୋଜିତ ହୋଇଛନ୍ତି। ପ୍ରତି ଟିମ୍‌ରେ ୪ରୁ ପାଞ୍ଚ ଜଣ କର୍ମଚାରୀ ନିୟୋଜିତ ଅଛନ୍ତି । ତେବେ ଆସନ୍ତା ଜାନୁୟାରୀ ୨୩ ତାରିଖ ପର୍ଯ୍ୟନ୍ତ ଏହି ଗଣନା ଚାଲିବ ।

Leave a Reply

Your email address will not be published.