ଆଜିଠୁ ଖୋଲିଲା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ

ଭୁବନେଶ୍ବର, (ଓଡିଶା ଟାଇମ୍) :ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ । କୋଭିଡ କଟକଣା ମାନି ଜାତୀୟ ଉଦ୍ୟାନ ବୁଲି ପାରିବେ ପର୍ଯ୍ୟଟକ । ଦିନକୁ ସର୍ବାଧିକ ୫୦୦ ପର୍ଯ୍ୟଟକ ଭିତରକନିକା ଭିତରକୁ ପ୍ରବେଶ କରିପାରିବେ ବୋଲି ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।

ଏହି ସମୟରେ ଉଭୟ ପର୍ଯ୍ୟଟକ, ବନ କର୍ମଚାରୀ, ବୋଟ ଚାଳକ ମାନେ କୋଭିଡ କଟକଣା ମାନିବା ସହିତ ଜାତୀୟ ଉଦ୍ୟାନର ସୁରକ୍ଷ। ପ୍ରତି ଯତ୍ନ ଦେବାକୁ ପରାମର୍ଶ ଦିଆଯାଇଛି । ତେବେ ଗତ ୧ ତାରିଖ ଠାରୁ ମାତ୍ର ୩୬ ପର୍ଯ୍ୟଟକ ଓ ରାତ୍ରୀ ଯାପନ କରିବାକୁ ଆସୁଥିବା ପର୍ଯ୍ୟଟକ ମାନେ ଭିତରକନିକା ବୁଲିପାରିବେ ବୋଲି ନିର୍ଦ୍ଦେଶ ଜାରି କରିଥିଲେ ସରକାର । ଯାହା ଦ୍ବାରା ଦିନ ବେଳା ଆସିବାକୁ ଚାହୁଁଥିବା ପର୍ଯ୍ୟଟକ ମାନେ ନିରାଶ ହୋଇଥିଲେ ।

Leave a Reply

Your email address will not be published.