ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହେଲା ପକ୍ଷୀ ଗଣନା
ପଟ୍ଟାମୁଣ୍ଡାଇ, (ଓଡିଶା ଟାଇମ୍) :ରାଜନଗର ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ଓ ବିଦାଶାଗତ ପକ୍ଷୀମାନଙ୍କର ଗଣନା ଆରମ୍ଭ ହୋଇଛି । ଏହି ଗଣନା ସକାଳ ୫.୩୦ ରୁ ଆରମ୍ଭ ହୋଇ ଦିନ ୧୨ ପର୍ଯ୍ୟନ୍ତ ଚାଲିବ । ଏନେଇ ପାଚଂଟି ରେଞ ରେ ୧୬ ଟିମ ନିୟୋଜିତ ହୋଇଛନ୍ତି ।
ପ୍ରତି ଟି ଟିମ୍ରେ ୫ ଜଣ ଲେଖାଏଁ ସଦସ୍ୟ ରହିବାକୁ ସ୍ଥିର କରାଯାଇଛି । ମୁଖ୍ୟତଃ ଏହି ସମୟରେ ଦେଶୀୟ ପକ୍ଷୀ କାପରଖାଇ, ଅଜଂନା, ରାଣୀବଗ , ପାଣିକୁଆ ,ଖଇରା ଓ ଗେଣ୍ଡାଳିଆ ଆଦି ୧୦ ପ୍ରଜାତିର ପକ୍ଷୀ ଦେଶର କୋଣ ଅନୁକୋଣରୁ ଆସି ଏଠାରେ ବଂଶ ବିସ୍ତାର ପାଇଁ ଗୁଁଆ,ବନୀ ଓ କେରୁଆ ଗଛରେ ବସା ବାନ୍ଧି ଅଣ୍ଡା ଦେଇଥାନ୍ତି ।
ସେହିପରି ପ୍ରତିଟି ଟିମରେ ବନ ବିଭାଗ କର୍ମଚାରୀ , ପକ୍ଷୀ ବିଶାରଦ ଓ ଏନଜିଓ ମେମ୍ବରମାନେ ରହି ଗଣନା କରିବେ ବୋଲି ବନବିଭାଗ ସ୍ଥିର କରିଛି ।