ଆଜି ଧରାପୃଷ୍ଠରୁ ବିଦାୟ ନେବେ ଜଗତଜନନୀ ମାଆ ଦୁର୍ଗା

ଭୁବନେଶ୍ବର, (ଓଡିଶା ଟାଇମ୍) :ଆଜି ଧରାପୃଷ୍ଠରୁ ବିଦାୟ ନେବେ ଜଗତଜନନୀ ମାଆ ଦୁର୍ଗା । ମାଆଙ୍କ ମେଲାଣି ପାଇଁ କଟକ ଓ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ କୃତ୍ରିମ ଜଳାଶୟ ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ଭଷାଣ ବେଳେ କୌଣସି ପ୍ରକାରର ରୋଷଣୀ କରାଯାଇପାରିବ ନାହିଁ କି ଶୋଭାଯାତ୍ରା ସାହି ପରିକ୍ରମ କରିବ ନାହିଁ ବୋଲି ନିର୍ଦ୍ଦେଶ ରହିଛି ।

କୋଭିଡ୍ କଟକଣା ଭିତରେ ସରିଛି ଚଳିତ ବର୍ଷର ଦୁର୍ଗାପୂଜା । ଚଳିତ ଥର ରାବଣ ପୋଡ଼ି ପାଇଁ କଟକଣା ଥିବାରୁ କଟକ ଓ ଭୁବନେଶ୍ବରର କେତେକ ପୂଜା ମଣ୍ଡପ ଗତକାଲି ମାଆଙ୍କୁ ମେଲାଣି ଦେଇଥିଲେ । ଆଜି ଆଉ କିଛି ପୂଜା ମଣ୍ଡପ ପକ୍ଷରୁ ଭସାଣି ଉତ୍ସବ ହେଉଛି । କଟକ ପୁରୀଘାଟ ସ୍ଥିତ ଦେବୀଗଡ଼ାରେ କିଛି ମଣ୍ଡପର ମୂର୍ତ୍ତି ବିସର୍ଜିତ ହୋଇସାରିଛନ୍ତି । ଆଜି ଆଉ କିଛି ମୂର୍ତି ବିସର୍ଜନ କରାଯାଉଛି ।

କଟକଣା ଅନୁସାରେ ପ୍ରତ୍ୟେକ ପୂଜା ମଣ୍ଡପ କର୍ମକର୍ତ୍ତା ନିଜସ୍ବ ବ୍ୟବସ୍ଥାରେ ଏବଂ ନିରାଡମ୍ବର ଭାବେ ବିସର୍ଜନ କରୁଛନ୍ତି । କଟକରେ ପୁରୀଘାଟ ସ୍ଥିତ ଦେବୀ ଗଡା ବ୍ୟତୀତ କଟକ ସହରର ଅନ୍ୟ ୧୪ ଟି ସ୍ଥାନରେ ବିସର୍ଜନ ଲାଗି ଅସ୍ଥାୟୀ ପୋଖରୀ କରାଯାଇଛି ।

Leave a Reply

Your email address will not be published. Required fields are marked *