ଆଜି ଭାରତ ବନ୍ଦ ; ରାଜ୍ୟର ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ
ଭୁବନେଶ୍ବର, (ଓଡିଶା ଟାଇମ୍) : କେନ୍ଦ୍ର ସରକାରଙ୍କର ଜନ ବିରୋଧୀ ନୀତି ଓ ଏକଛତ୍ରବାଦ ଶାସନ ବିରୋଧରେ ଆଜି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନମାନେ ଭାରତ ବନ୍ଦ ଡାକରା ଦେଇଛନ୍ତି। ଆଜି ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ୨୪ଘଣ୍ଟିଆ ଧର୍ମଘଟରେ ବ୍ୟାବସାୟିକ ପ୍ରତିଷ୍ଠାନ ସହ ଅନ୍ୟ ସମସ୍ତ ସରକାରୀ ବେସରକାରୀ ପ୍ରତିଷ୍ଠାନ ଓ ଗାଡ଼ି ମୋଟର ଚଳାଚଳ ବନ୍ଦ ରହିଛି। ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି।
ଗାଡ଼ି ମଟର, ଟ୍ରେନ, ବସ୍ ଚଳାଚଳ ବନ୍ଦ ରଖିବାକୁ ସିଟୁ ପକ୍ଷରୁ ଆହ୍ୱାନ ଦିଆଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳ ଠାରୁ ଆରମ୍ଭ ହୋଇଛି ପିକେଟିଂ, ରାସ୍ତାରୋକ । ଭୁବନେଶ୍ୱର ବିଭିନ୍ନ ଛକରେ ସଂଗଠନ ପକ୍ଷରୁ ରାସ୍ତାରୋକ କରାଯାଇଛି । ରାଜଧାନୀର ବାଣୀବିହାର ଛକରେ ମଧ୍ୟ ରାସ୍ତାରେ ବିକ୍ଷୋଭ ଏବଂ ପିକେଟିଂ କରାଯାଇଛି ।
୧୦ଟି ଟ୍ରେଡ ୟୁନିୟନ ପକ୍ଷରୁ ଦେଶବ୍ୟାପୀ ଚକ ଅଖ ବନ୍ଦ ଡ଼ାକରା ଦିଆଯାଇଛି। ଏହାସହ ବନ୍ଦ ଡ଼ାକରାରେ ଅତ୍ୟାବଶ୍ୟକୀୟ ସେବାକୁ ବାଦ ଦିଆଯାଇଛି। ଗାଡ଼ିମୋଟର, ଟ୍ରେନ, ବସ ଚଳାଚଳ ବନ୍ଦ ରଖିବାକୁ ସିଆଟିୟୁର ଆହ୍ୱାନ ଦିଆଯାଇଛି।