ଭଦ୍ରକ ଉପଜିଲ୍ଲାପାଳ କରୋନା ସଂକ୍ରମିତ
ଭଦ୍ରକ, (ଓଡିଶା ଟାଇମ୍) : ଭଦ୍ରକ ଉପଜିଲ୍ଲାପାଳ କରୋନା ସଂକ୍ରମିତ। ଆଜି ରାଜ୍ୟରେ ୩୨୫୨ କରୋନା ସଂକ୍ରମିତ ଚିହନଟ ହୋଇଛନ୍ତି । ଏହାମଧ୍ୟରୁ ଭଦ୍ରକରୁ ୭୬ଜଣ କୋଭିଡ଼ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଭଦ୍ରକ ଉପଜିଲ୍ଲାପାଳ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି ।
ଭଦ୍ରକ ଉପ ଜିଲ୍ଲାପାଳ ପିତାମ୍ବର ସାମଲ କୋଭିଡ଼୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାପରେ ତାଙ୍କ ଚିକିତ୍ସା ଜାରି ରହିଛି । ତେଣୁ ତାଙ୍କ ସ୍ଥାନରେ ଅତିରିକ୍ତ ଉପ ଜିଲ୍ଲାପାଳ ମନୋରମା ଭୂୟାଁଙ୍କୁ ଦାୟିତ୍ୱ ଦିଆଯାଇଛି । ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଅତିରିକ୍ତ ଉପ ଜିଲ୍ଲାପାଳ ଜିଲ୍ଲାପାଳ ମନୋରମା ଭୂୟାଁ ଦାୟିତ୍ୱରେ ରହିବେ । ଏନେଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ସୂଚନା ଦେଇଛନ୍ତି ।