ଲକଡାଉନରେ ଆପଣଙ୍କ ଓଜନ ବଢ଼ୁଛି କି ? ତେବେ ପ୍ରତିଦିନ ସେବନ କରନ୍ତୁ ଏହି ଖାସ୍ ଜିନିଷ

(ଓଡିଶା ଟାଇମ୍) : କରୋନା ଭାଇରସର ପ୍ରକୋପ ବଢ଼ୁଥିବା ଯୋଗୁଁ ପ୍ରତ୍ୟେକ ଦେଶ ଚିନ୍ତାରେ ରହିଛି। ଏହାର ସଙ୍କଟକୁ କମ୍ କରିବା ପାଇଁ ପ୍ରତ୍ୟେକ ଦେଶ ନିଜ ତରଫରୁ କିଛି ନା କିଛି ଜରୁରୀ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ଭୟଙ୍କର ଭାଇରସରୁ ବର୍ତ୍ତିବା ପାଇଁ ଭାରତ ସରକାର ମଧ୍ୟ ୨୧ଦିନର ଲକଡାଉନ୍ ଘୋଷଣା କରିଛନ୍ତି। ଲକଡାଉନ୍ ହେବା ଯୋଗୁଁ ଲୋକେ ଘରେ ଅଛନ୍ତି। ଘରେ ଲୋକେ ଆଳସ୍ୟକୁ ଦୂର କରିବା ପାଇଁ ଚା’ ପିଇଥାନ୍ତି। ଏପରି କ୍ଷେତ୍ରରେ ଯଦି ଆପଣ ଓଜନ କମ୍ କରିବାକୁ ଚାହୁଁଛନ୍ତି ତେବେ ଏହି ସମୟରେ କ୍ଷୀର ଆପଣଙ୍କ ପାଇଁ ଶତ୍ରୃ ଭଳି।ଆଜି ଆମେ ଜାଣିବା ବ୍ଲାକ୍ ଲେମନ୍ କଫି ବିଷୟରେ । ହ୍ୟାଙ୍ଗଓଭର ଚିକିତ୍ସା ସହ ବ୍ଲାକ୍ କଫି ଓଜନ କମ୍ କରିବାରେ ସହାୟକ ହୋଇଥାଏ। ସେହିପରି ଭିଟାମିନ୍ ସି ଏବଂ ଆଣ୍ଟିଅକ୍ସିଡାଣ୍ଟ ସହ ଲେମ୍ବୁ ଫ୍ରି ରାଡିକଲସ୍ ସହ ଲଢ଼ିବାରେ ଏବଂ ଫ୍ୟାଟ୍ ବର୍ଣ୍ଣ୍ କରିବାର କାମ କରିଥାଏ।

ତେବେ ଆସନ୍ତୁ ଜାଣିବା ବ୍ଲାକ୍ ଲେମନ୍ କଫି ବିଷୟରେ… 

ଚା’ ପରେ କଫି ଦୁନିଆରେ ସବୁଠୁ ଅଧିକ ଲୋକପ୍ରିୟ ପେୟ। ଏଥିରେ ଥିବା କ୍ୟାଫିନ୍ ଏକ ନିଶା ଭଳି ହୋଇଥାଏ,ଯାହା କାରଣରୁ ଅନେକ ଲୋକ କଫି ବିନା ରହି ପାରନ୍ତି ନାହିଁ। ଲେମ୍ବୁକୁ ଖଟା ଫଳ ଭାବେ ସବୁଠୁ ଅଧିକ ବ୍ୟବହାର କରାଯାଇଥାଏ। ଏହା ଔଷଧୀୟ,ଆଣ୍ଟି ଅକ୍ସିଡାଣ୍ଟ ଏବଂ ଆଣ୍ଟି ଇନଫ୍ଲାମେଟରୀ ଗୁଣ ପାଇଁ ଜଣା ଯାଇଥାଏ। ଏହି ଦୁଇଟିକୁ ମିଶାଇବା ଅସାମାନ୍ୟ କିନ୍ତୁ ଓଜନ କମ୍ କରିବା ପାଇଁ ଏହା ଏକ ଭଲ ବିକଳ୍ପ।ଲେମ୍ବୁରେ କ୍ୟାଲୋରୀ ବହୁତ କମ୍ ଥାଏ,ଯାହା ଓଜନ କମ୍ କରିବାର କାମ କରିଥାଏ। ଏହା ବ୍ୟତୀତ କଫି ଫ୍ୟାଟ୍ ବର୍ଣ୍ଣ କରିବା ତନ୍ତ୍ରକୁ ଉତ୍ତେଜିତ କରିବାର କାମ କରିଥାଏ। ଏହି କାରଣରୁ ଦୁଇଟିର କମ୍ବିନେସନ୍ ଓଜନ କମ୍ କରିବାରେ ସହାୟକ ହୋଇଥାଏ। ବ୍ଲାକ୍ ଲେମନ୍ କଫି ଫ୍ୟାଟକୁ ମେଟାବଲାଇଜ୍ଡ କରିବା ସହ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଅଦରକାରୀ ଫ୍ୟାଟରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ ଏହା ସେବନ କରିବା ଉଚିତ୍।. ହ୍ୟାଙ୍ଗଓଭର ସମସ୍ୟା ଦୂର କରିବାରେ ବ୍ଲାକ୍ ଲେମନ କଫି ଉପଯୁକ୍ତ ଅଟେ। ଏହି କଫି ମୁଣ୍ଡବିନ୍ଧା ଏବଂ ଭାରିପଣର ଏକ ଚିକିତ୍ସା ଅଟେ। ମୁଣ୍ଡବିନ୍ଧା କିମ୍ବା ହ୍ୟାଙ୍ଗଓଭରରୁ ବର୍ତ୍ତିବା ପାଇଁ ବ୍ଲାକ୍ ଲେମନ କଫି ଏକ ଭଲ ଘରୋଇ ଉପାୟ। ଏହା ପଛରେ କାରଣ ହେଉଛି ଏହା ରକ୍ତବାହିକାକୁ ସଙ୍କୁଚିତ କରିବାରେ ସାହାଯ୍ୟ କରିଥାଏ। ଯାହା ମୁଣ୍ଡରେ ରକ୍ତର ପ୍ରବାହକୁ ରୋକି ଦେଇଥାଏ ଏବଂ ମୁଣ୍ଡବିନ୍ଧା କରାଇଥାଏ। କଫି ଏବଂ ଲେମ୍ବୁ ଖାଇବା ଦ୍ବାରା ଆପଣ ନିଜ ତ୍ବଚାରେ ଚମକ ଆଣି ପାରିବେ। କାରଣ ଲେମ୍ବୁରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ତ୍ବଚାକୁ କ୍ଷତି ପହଞ୍ଚାଉଥିବା ଫ୍ରି ରାଡିକଲ୍ସ ସହ ଲଢ଼ିଥାଏ। କଫିରେ ଥିବା ସିଜିଏ ସାମଗ୍ରୀ ପ୍ରାକୃତିକ ଚମକ ଆଣିବାରେ ହାଇଡ୍ରେସନ୍ ଏବଂ ବ୍ଲଡ ଫ୍ଲୋକୁ ବଢ଼ାଇଥାଏ।

Leave a Reply

Your email address will not be published.