ବେଙ୍ଗାଲୁରୁରେ ଛୋଟପିଲା ସଂକ୍ରମିତ, ୧୦ ଦିନରେ ୪୯୯ ଆକ୍ରାନ୍ତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଅଧିକରୁ ଅଧିକ ଛୋଟ ପିଲା ଏବେକରୋନା ସଂକ୍ରମିତ ହୋଇଛନ୍ତି। ଏହା ଉଭୟ ରାଜ୍ୟ ଓ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପାଇଁ ଚିନ୍ତାର କାରଣ ହୋଇଛି। ଗତ ୧୦ ଦିନ ମଧ୍ୟରେ ଅର୍ଥାତ୍ ଚଳିତମାସ ୧ରୁ ୧୦ ତାରିଖ ମଧ୍ୟରେ କେବଳ ବେଙ୍ଗାଲୁରୁରେ ୪୮୮ ଜଣ ଛୋଟି ପିଲା କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା ଜଣାପଡିଛି। ଏମାନଙ୍କ ବୟସ ୧ରୁ ୧୯ ବର୍ଷ ଭିତରେ ଥିବା ଜଣାପଡିଛି। ସଂକ୍ରମିତଙ୍କ ମଧ୍ୟରେ ୧ରୁ ୯ ବର୍ଷ ମଧ୍ୟରେ ୮୮ ଜଣ ଓ ୧୦ ବର୍ଷରୁ ୧୯ ବର୍ଷ ଭିତରେ ୩୦୫ ଜଣ ପିଲା ରହିଛନ୍ତି । କେବଳ ଗତ ୫ ଦିନ ମଧ୍ୟରେ ୨୬୩ ଜଣ ଆକ୍ରାନ୍ତ ଥିବା ଜଣାପଡିଛି । ସେଥିମଧ୍ୟରୁ ପ୍ରଥମରୁ ୯ ବର୍ଷ ମଧ୍ୟରେ ୮୮ ଜଣ ଓ ୧୦ରୁ ୧୯ ବର୍ଷ ମଧ୍ୟରେ ୧୭୫ ଜଣ ଅଛନ୍ତି। ଦେଶରେ ତୃତୀୟ ଲହରରେ ଶିଶୁମାନେ ଅଧିକ ସଂକ୍ରମିତ ହେବା ସମ୍ଭାବନା ନେଇ ଭିନ୍ନମତ ପ୍ରକାଶ ପାଉଥିବାବେଳେ ବେଙ୍ଗାଲୁରୁରୁ ଆସିଥିବା ଏହି ତଥ୍ୟ ଏବେ ଚିନ୍ତା ବଢାଇଛି।

Leave a Reply

Your email address will not be published. Required fields are marked *