ସ୍ୱାସ୍ଥ୍ୟପ୍ରଦ ଆମ୍ବ; ଅନେକ ସମସ୍ୟାରୁ ଦେଇଥାଏ ଉପଶମ
ଭୁବନେଶ୍ୱର, (ଓଡିଶା ଟାଇମ): ଭିଟାମିନ, ମିନେରାଲ୍ସ ଏବଂ ପ୍ରୋଟିନରେ ଭରପୁର ଥିବା ଆମ୍ବର ସେବନ ଦ୍ୱାରା ଛୋଟ ଛୋଟ ରୋଗ ଠାରୁ ଆରମ୍ଭ କରି କର୍କଟ ଭଳି ସମସ୍ୟା ମଧ୍ୟ ଦୂର ହୋଇପାରିଥାଏ ।
ଆସନ୍ତୁ ଜାଣିବା ଆମ୍ବରେ ଆଉ କେଉଁକେଉଁ ଉପକାରୀ ଗୁଣ ରହିଛି ଏବଂ ଏସମ୍ପର୍କରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କ’ଣ ମତ ଦେଇଥାନ୍ତି।
ସାଧାରଣତଃ ଆମ୍ବରେ ଭିଟାମିନ୍ ସି, ଏ,ଇ, ବି୫, ବି୬, ପୋଟାସିୟମ୍ ଭଳି ପୋଷକ ତତ୍ୱ ରହିଥାଏ ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଅତ୍ୟଧିକ ଆମ୍ବ ଖାଇବା ଦ୍ୱାରା ଶରୀରରେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଉପୁଜିଥାଏ । ପେଟ ରୋଗୀଙ୍କୁ ଆମ୍ବ ଖାଇବା ଏତେଟା ଉପଯୁକ୍ତ ନୁହେଁ ।
ଆମ୍ବରେ ଭିଟାମିନ ଏର ପରିଣାମ ଅଧିକ ମାତ୍ରାରେ ରହୁଥିବାରୁ ତାହା ଦୃଷ୍ଟିଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ ।
ଆମ୍ବ ଭିଟାମିନ୍ ସି ଓ ଫାଇବରରେ ଭରପୂର ଥିବାରୁ ଏହାର ସେବନ କଲେ କୋଲେଷ୍ଟ୍ରଲ ସ୍ତର ମଧ୍ୟ ନିୟନ୍ତ୍ରଣରେ ରହିଥାଏ । ତେବେ ସେହିଭଳି ଗ୍ୟାଷ୍ଟ୍ରିକ ରୋଗୀ, ମଧୁମେହ ରୋଗୀ ଓ ଓଜନ କମାଇବାକୁ ଚାହୁଁଥିବା ବ୍ୟକ୍ତି କମ ଆମ୍ବ ଖାଇବା ଉଚିତ ।
ଏହାଛଡା ଆମ୍ବରେ ଥିବା କାର୍ଡିଓପ୍ରୋଟେକ୍ଟିଭ ଗୁଣ ହାର୍ଟ ଆଟାକ୍ ଭଳି ସମସ୍ୟାରୁ ଆପଣଙ୍କୁ ରକ୍ଷା କରିଥାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଥାନ୍ତି ।
- ଆମ୍ବରେ ଥିବା ଭିଟାମିନ୍ ବି ଶରୀରରେ ଲାଲ୍ ରକ୍ତ କଣିକାର ସ୍ତରକୁ ମଧ୍ୟ ବଢାଇବାରେ ସାହାଯ୍ୟ କରିଥାଏ ।
- ଆମ୍ବ ଖାଇବା ଦ୍ୱାରା ଏହା ଭିତରୁ ତ୍ୱଚାକୁ କ୍ଲିନ୍ କରିଥାଏ । ଏହାଛଡା ସ୍କିନ୍ ଗ୍ଲୋଇଂରେ ମଧ୍ୟ ସହାୟକ ହୋଇଥାଏ ।
- ଆମ୍ବରେ ଭିଟାମିନ୍ ଏ ଭରପୂର ମାତ୍ରାରେ ରହିଥିବା ଯୋଗୁଁ ଏହାକୁ ସେବନ ଦ୍ୱାରା ଶରୀରର ପାଚନ ତନ୍ତ୍ର ମଧ୍ୟ ଠିକ୍ ରହିଥାଏ ।
- ଏହା ଶରୀରର ରୋଗ ପ୍ରତିଷେଧକ ଶକ୍ତିକୁ ମଧ୍ୟ ବଢାଇବାରେ ସହାୟକ ହୋଇ ପାରିଥାଏ ।