ଜାଣି ନିଅନ୍ତୁ କଞ୍ଚା କଦଳୀ ଓ ପାଚିଲା କଦଳୀ ଖାଇଲେ କଣ ମିଳିବ ଫାଇଦା

(ଓଡିଶାଟାଇମ୍):ଭିଟାମିନ,ପ୍ରୋଟିନ୍‌,ପୋଟାସିୟମ,ଫାଇବର,ଫଲିକ୍‌ ଏସିଡ଼୍‍ ଏବଂ ଅନ୍ୟ ପୋଷକ ତତ୍ତ୍ୱରେ ଭରପୂର ଥିବା କଦଳୀ ସବୁ ରୁତୁରେ ଖୁବ୍‌ ସହଜରେ ମିଳି ଯାଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ପ୍ରତିଦିନ ଗୋଟିଏ ପାଚିଲା କଦଳୀ ଖାଇବା ଦ୍ୱାରା ଶରୀରର ଅନେକ ସମସ୍ୟା ଦୂର ହେବା ସହ କିଛି କିଛି ସମସ୍ୟା ଉପୁଜି ନ ଥାଏ । କଦଳୀ ଖାଇବା ପରେ ଶରୀରକୁ ଶକ୍ତି ମିଳିବା ସହ ଗ୍ୟାସ୍‌ ସମସ୍ୟା ମଧ୍ୟ ଦୂର ହୋଇଥାଏ । ତେବେ ଆସନ୍ତୁ ପ୍ରଥମେ ଜାଣିବା ପାଚିଲା କଦଳୀ ଖାଇବାର ଫାଇଦା କ’ଣ ?

ନିୟମିତ ଗୋଟିଏ କଦଳୀ ଖାଇବା ଦେହ ପାଇଁ ଜରୁରୀ ଅଟେ। କାରଣ କଦଳୀରେ ରହିଛି ପୋଟାସିୟମ୍ ଏବଂ ମାଗ୍ନେସିୟମ୍। କଦଳୀରୁ ଶକ୍ତି ଧୀରେ ଧୀରେ ବାହାରିଥାଏ ଯାହା ଦ୍ଵାରା ଆମ ମସ୍ତିଷ୍କ ସଚେତନ ହୋଇଥାଏ। କଦଳୀ ମସ୍ତିଷ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ମଧ୍ୟ ହୋଇଥାଏ। କଦଳୀରେ ଟ୍ରିପ୍ଟୋଫାନ୍ ରହିଛି ଯାହା ଆଗକୁ ଯାଇ ସେରେଟୋନିନରେ ପରିଣତ ହୋଇଥାଏ ଏବଂ ମସ୍ତିଷ୍କରେ ସେରେଟୋନିନର ଅଭାବ ଯୋଗୁଁ ଅବସାଦ, ଉଦବେଗ ଓ ବିତୃଷ୍ଣା ଭାବ ସୃଷ୍ଟି ହୋଇଥାଏ। କଦଳୀ ଶରୀରରେ କ୍ୟାଲସିୟମକୁ ଶୋଷିତ କରିବାରେ ସାହାଯ୍ୟ କରେ। କ୍ୟାଲସିୟମ୍ ଶରୀରରେ ପହଞ୍ଚିଲେ ହାଡ଼ ମଜବୁତ କରିଥାଏ। ଓଜନ ବଢ଼ାଇବା ପାଇଁ ପ୍ରତିଦିନ ୨-୩ଟି କଦଳୀ ଖାଇବା ଆରମ୍ଭ କରନ୍ତୁ । କିଛି ଲୋକ ଯେତେ ଖାଇଲେ ବି ନିଜର ଓଜନ ବଢ଼ାଇ ପାରନ୍ତି ନାହିଁ । ସେଥିପାଇଁ ପତଳା ଯୁବକ-ଯୁବତୀମାନଙ୍କୁ ପ୍ରତିଦିନ କଦଳୀ ଖାଇବା ନିହାତି ଆବଶ୍ୟକ ।

ପାଚିଲା ଅପେକ୍ଷା କଂଚା କଦଳୀ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପକାରୀ ହୋଇଥାଏ । କାରଣ, ଏଥିରେ ପ୍ରଚୁର ପରିମାଣରେ ପୋଷକ ତତ୍ୱ ଉପଲବ୍ଧ ଥାଏ । ତେବେ କଂଚା କଦଳୀ ହେଉଛି ପୋଟାସିୟମର ଗନ୍ତା ଘର, ଯାହା ଶରୀରର ପ୍ରତିରୋଧକାରୀ ସିଷ୍ଟମକୁ ମଜଭୁତ୍ କରିଥାଏ । କଂଚା କଦଳୀ ଶରୀରରକୁ ସାରା ଦିନ ସତେଜ୍ ରଖିଥାଏ । ଏହାବ୍ୟତୀତ କଂଚା କଦଳୀର ମଧ୍ୟ ଅନେକ ଔଷଧିୟ ଗୁଣ ରହିଛି ।

Leave a Reply

Your email address will not be published. Required fields are marked *