ସେପ୍ଟେମ୍ବରରେ ମଧୁବାବୁ ପେନ୍‌ସନ ଯୋଜନାରେ ହିତାଧିକାରୀଙ୍କୁ ମିଳିବ ୪ ମାସର ଭତ୍ତା

ଭୁବନେଶ୍ବର, (ଓଡିଶା ଟାଇମ୍) : ମଧୁବାବୁ ପେନସନ ଯୋଜନା ନେଇ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସରକାର । ସବୁ ହିତାଧିକାରୀଙ୍କୁ ସେପ୍ଟେମ୍ବରରେ ମିଳିବ ଏକକାଳୀନ ୪ ମାସର ଭତ୍ତା । ସେପ୍ଟେମ୍ବରରୁ ଡିସେମ୍ବର ଯାଏଁ ଭତ୍ତା ଏକକାଳୀନ ଦେବାକୁ ନିଷ୍ପତ୍ତି ହୋଇଛି । ଏନେଇ ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ବର୍ତ୍ତମାନ ରାଜ୍ୟରେ ୪୮ ଲକ୍ଷ ମଧୁବାବୁ ପେନ୍‌ସନ୍ ଉପଭୋତ୍ତା ରହିଛନ୍ତି। ଏଥି ସହିତ ଚଳିତ ବର୍ଷ ଜୁଲାଇ ମାସରେ ମଧ୍ୟ ରାଜ୍ୟ ସରକାର କରୋନା ପାଇଁ ରାଜ୍ୟରେ ଥିବା ୪୮ ଲକ୍ଷ ମଧୁବାବୁ ପେନ୍‌ସନ୍ ଉପଭୋତ୍ତାଙ୍କୁ ୪ ମାସ ପର୍ଯ୍ୟନ୍ତ ୧୦୦୦ ଲେଖାଏଁ ଅତିରିକ୍ତ ସହାୟତା ପ୍ରଦାନ କରିବା ଘୋଷଣା କରିଥିଲେ ଏବଂ ଉପଭୋକ୍ତାଙ୍କ ଏହି ଅର୍ଥ ମଧ୍ୟ ଦିଆଯାଉଛି ବୋଲି ବିଭାଗୀୟ ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି। 

Leave a Reply

Your email address will not be published.