ଚୀନ୍ରେ ପୁଣି ଥରେ କରୋନା ଅଣାୟତ୍ତ ପରିସ୍ଥିତି
ବେଜିଂ, (ଓଡିଶା ଟାଇମ୍) : ଗତ କିଛି ହେଲା ଚୀନ୍ରେ କରୋନା ଭାଇରସରେ ସଂକ୍ରମଣ ସଂଖ୍ୟା ବଢୁଥିବାର ଦେଖିବାକୁ ମିଳିଛି । କିଛି ମାସରେ ତଳେ ଚୀନ୍ରେ କରୋନା ଭାଇରସର ବହୁତ କମ୍ ମାମଲା ଦେଖାଦେଉଥିଲା । କିନ୍ତୁ ଗତ କିଛି ଦନ ହେଲା ଚୀନ୍ରେ ପୁଣି ଥରେ କରୋନା ଅଣାୟତ୍ତ ପରିସ୍ଥିତି ସୃଷ୍ଟି କରିଛି। ଗତ ୧୦ ଦିନରେ ବେଜିଂରେ କରୋନା ଭାଇରସରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଦିନକୁ ଦିନ ଏହି ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ଚୀନ୍ ସରକାର କେତେକ ବିମାନଯାତ୍ରାକୁ ସ୍ଥଗିତ ରଖିବାକୂ ନିଷ୍ପତ୍ତି ନେଇଛନ୍ତି । ବେଜିଂ ଏୟାରପୋର୍ଟରେ ଅତିକମ୍ରେ ୧୨୫୫ ବିମାନ ଯାତ୍ରାକୁ ରଦ୍ଦ କରାଯାଇଛି ।ସୂଚନାଯୋଗ୍ୟ ଯେ, ଚଳିତ ସପ୍ତାହରେ ବେଜିଂରେ କରୋନା ଭାଇରସରେ ପ୍ରାୟ ୧୫୦ ମାମଲା ସାମ୍ନାକୁ ଆସିଛି । ଯାହାର ଆରମ୍ଭ ଏକ ହୋଲ୍ସେଲ୍ ବଜାରରୁ ହୋଇଥିଲା । ଏହାପରେ ଚୀନ୍ରେ ଆଲର୍ଟ ଜାରି କରାଯାଇଛି । ଚୀନ୍ରେ ଏହା କରୋନା ଭାଇରସର ୨ୟ ଲହରୀ ବୋଲି ଅନୁମାନ କରାଯାଉଛି ।
ଡିସେମ୍ବରରେ କରୋନା ଭାଇରସର ଆରମ୍ଭ ଚୀନ୍ରୁ ହୋଇଥିଲା । ସେତେବେଳେ ଉହାନ ସହରରୁ ଅଧିକ ମାମଲା ସାମ୍ନାକୁ ଆସୁଥିଲା । ପେବୃଆରୀ ମାସ ପର୍ଯ୍ୟନ୍ତ ଚୀନ୍ରୁ ଲଗାତର ଭାବେ କରୋନା ଭାଇରସର ମାମଲା ସାମ୍ନାକୁ ଆସିଲା । କିନ୍ତୁ ପରେ ଏହା କମି ଯାଇଥିଲା । ମାର୍ଚ୍ଚରେ ଅତିକମ୍ରେ ୮୪ ହଜାର ମାମଲା ସାମ୍ନାକୁ ଆସିଥିଲା , ପରେ ଏହା ସଂଖ୍ୟା ମଧ୍ୟ କମ୍ ଆସିଥିଲା । ଏହାପରେ ଧୀରେ ଧୀରେ ଦେଶରେ କରୋନା ଭାଇରସ ସଂଖ୍ୟା କମିବାରେ ଲାଗିଥିଲା ।
ଚୀନ୍ର ବିଭିନ୍ନ ସ୍ଥାନରେ ଜାରି କରାଯାଇଥିବା କଟକଣା ଧିରେ ଧିରେ କୋହଳ କରାଯାଇଥିଲା । କିନ୍ତୁ ଗତ ସପ୍ତାହରେ ବେଜିଂର ଏକ ମାର୍କେଟରୁ ୩୬ଟି କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଥିଲା । ଏହାପରେ ପଦକ୍ଷେପ ନେଇ ମାର୍କେଟକୁ ବନ୍ଦ କରିଦିଆଯାଇଥିଲା । ଟେଷ୍ଟ ସଂଖ୍ୟାକୁ ବୃଦ୍ଧି କରାଯାଇଥିଲା । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଅତିକମ୍ରେ ୧୫୦ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଛି ।