ଓଜୋନ୍ ସ୍ତରର ଛିଦ୍ର ଯୋଗୁଁ ପୃଥିବୀରେ ହୋଇଥିଲା ସାମୂହିକ ବିନାଶ, ପୁଣି ଥରେ ଘଟିପାରେ
ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଆଗରୁ ମଧ୍ୟ ପୃଥିବୀ ଧ୍ୱଂସ ହୋଇଥିଲା । ୬.୬୦ କୋଟିବର୍ଷ ପୂର୍ବେ ଏକ ବଡ଼ ଗ୍ରହାଣୁ ପୃଥିବୀ ଉପରେ ପଡ଼ିଥିଲା । ଯାହାଫଳରେ ପୃଥିବୀରେ ରହୁଥିବା ୭୫ପ୍ରତିଶତ ପ୍ରାଣୀଙ୍କର ମୃତ୍ୟ ଘଟିଥିଲା । କିନ୍ତୁ ଏହାପୂର୍ବରୁ ମଧ୍ୟ ଏକ ଭୟଙ୍କର ଘଟଣା ଘଟିଥିଲା । ଯେଉଁଥି ପାଇଁ ସମଗ୍ର ପୃଥିବୀରେ ଥିବା ଉଦ୍ଦିଦ ଓ ସାମୁଦ୍ରିକ ପ୍ରାଣୀ ସବୁ ନଷ୍ଟ ହୋଇଯାଇଥିଲା । ଓଜୋନ ସ୍ତରରେ ଛିଦ୍ର ହେବା କାରଣରୁ ଏହି ପରି ଘଟଣା ଘଟିଥିଲା । ପୁଣି ଏହି ଘଟଣା ଘଟିପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି ।
ପୂର୍ବରୁ ଗଛ ପୋଡ଼ିଯିବା କମ୍ବା ଜଳ ବିଶୁଦ୍ଧ ହେବା କାରଣରୁ ସାମୁଦ୍ରିକ ପ୍ରାଣୀ ନଷ୍ଟ ହୋଇଯାଇଥିବା ଘଟଣାର ଅନୁସନ୍ଧାନ କରିବା ପରେ ଓଜୋନ ସ୍ତରରେ ଛିଦ୍ର ହେବା କାରଣରୁ ଏହିପରି ହୋଇଥିଲା ବୋଲି ଜଣାପଡ଼ିଥିଲା । ଏନେଇ ଏକ ସାଇନ୍ସ ଆଡ଼ଭାନ୍ସ ନାମକ ପତ୍ରିକାରେ ପ୍ରକାଶ ପାଇଥିଲା । ସେଥିରେ ଲେଖାଅଛି ଯେ ବୈଜ୍ଞାନିକମାନେ ରିସର୍ଚ୍ଚ କରିବା ସମୟରେ ତାଙ୍କୁ ଏକ ପ୍ରାଚୀନ ପଥରର ଗର୍ତ୍ତରେ ଗଛ ଦେଖିବାକୁ ମିଳିଥିଲା । ପରେ ସେହି ଗଛ ଉପରେ ରିସର୍ଚ୍ଚ କରାଯାଇଥିଲା । ନଷ୍ଟ ହୋଇଯାଇଥିବା ଗଛ ଉପରେ ରିସର୍ଚ୍ଚ କରିବା ପରେ ଜଣାପଡ଼ିଥିଲା ଯେ ସୂର୍ଯ୍ୟଙ୍କର ଅତି ବାଇଗଣୀ ରଶ୍ମୀ ଯୋଗୁଁ ସେଗୁଡ଼ିକ ପୋଡ଼ି ଯାଇଥିଲା ।
ଆମ ପୃଥିବୀକୁ ସୂର୍ଯ୍ୟଙ୍କ ଅତି ବାଇଗଣୀ ରଶ୍ମୀକୁ ଓଜୋନ ସ୍ତର ବଞ୍ଚାଉଛି । କିନ୍ତୁ ପୂର୍ବରୁ ଏହି ଓଜନ ସ୍ତରରେ ଛିଦ୍ର ହେବା କାରଣରୁ ସବୁ ଜାଳି ପୋଡ଼ି ନଷ୍ଟ ହୋଇଯାଇଥିଲା । ଆଗକୁ ମଧ୍ୟ ଏହିପରି ଘଟଣା ଘଟିପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି ।
ଯେତେବେଳେ ବୈଜ୍ଞାନିକମାନେ ନଷ୍ଟ ହୋଇଥିବା ଉଦ୍ଭିଦଗୁଡିକର DNA ଅଧ୍ୟୟନ କଲେ, ସୂର୍ଯ୍ୟଙ୍କର ଅତିବାଇଗଣୀ ରଶ୍ମୀ ଯୋଗୁଁ ସେଗୁଡିକ ପୋଡି ଯାଇଥିବା କିମ୍ବା ନଷ୍ଟ ହୋଇଥିବାର ଜାଣିବାକୁ ପାଇଥିଲେ । ଏହାପରେ ବୈଜ୍ଞାନିକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ସୂର୍ଯ୍ୟଙ୍କ କ୍ଷତିକାରକ ରଶ୍ମୀରୁ ଆମକୁ ରକ୍ଷା କରୁଥିବା ଓଜୋନ୍ ସ୍ତରରେ ଏତେ ବଡ ଦୁର୍ଘଟଣା ଘଟିସାରିଛି ।
ଅଧିକ ଅଧ୍ୟୟନ ପରେ ଏହା ଜଣାପଡିଲା ଯେ ଓଜୋନ୍ ସ୍ତରର ଛିଦ୍ର ହେତୁ ଯେଉଁ ଗରମ ବଢିଥିଲା ତାଦ୍ବାରା ପୃଥିବୀ ଭିତରେ ଆଗ୍ନେୟଗିରି କାର୍ଯ୍ୟକଳାପ ବଢିଯାଇଥିଲା । ଅନେକ ଦେଶରେ ଆଗ୍ନେୟଗିରି ଉଦଗୀରଣ ହୋଇଥିଲା । ଏହାଦ୍ବାରା ଭୟଙ୍କର ବିପର୍ଯ୍ୟୟ ଘଟିଥିଲା । ଏହାପରେ ସମଗ୍ର ବିଶ୍ବରେ କେବଳ ବିପର୍ଯ୍ୟୟ ଘଟିଥିଲା ।