ସୁନ୍ଦର ତ୍ୱଚା ପାଇଁ କିଛି ଘରୋଇ ଉପଚାର

(ଓଡିଶା ଟାଇମ୍) : ସୁନ୍ଦର ଦେଖାଯିବା ପାଇଁ କିଏ ବା ନ ଚାହଁନ୍ତି । ମୁହଁକୁ ସୁନ୍ଦର କରିବା ପାଇଁ ଘିକୁଆଁରୀର ବ୍ୟବହାର କରାଯାଇଥାଏ। ଆଣ୍ଟି-ବ୍ୟାକ୍ଟେରିଆ ଭରପୂର ମାତ୍ରାରେ ରହିଛି। ବଜାରରେ ମଧ୍ୟ ଘିକୁଆଁରୀର ଜେଲ ମିଳୁଛି। ଘରେ ଘିକୁଆଁରୀ ଗଛ ଥି‌ଲେ ତାହାକୁ ବ୍ୟବହାର କରନ୍ତୁ ଦେଖିବେ ତ୍ୱଚା ପାଇଁ କେତେ ଉପକାରୀ ।

ଘିକୁଆଁରୀ ଚର୍ମକୁ ପୋଷଣ ଯୋଗାଇଥାଏ। ଏହା ମୁହଁ ପାଇଁ ଏକ ମଶ୍ଚରାଇଜର ପରି କାମ କରିଥାଏ। ଘିକୁଆଁରୀ ଲଗାଇବା ଦ୍ୱାରା ଗୋରାପଣ ମଧ୍ୟ ପାଇପାରିବେ ।

ଘିକୁଆଁରୀରେ ଆଣ୍ଟି-ମାଇକ୍ରୋବିୟଲ ଗୁଣ ରହିଛି। ଏହା ମୁହଁରୁ କଳା ଦାଗ ଦୂର କରିବା ସହ ଅନେକ ଲାଭଦାୟକ ହୋଇଥାଏ। ଏହା ବ୍ୟାକ୍ଟେରିଆ ଓ ଚର୍ମ ରୋଗ କରି ସମସ୍ୟାରୁ ଦୂରେଇ ରଖିଥାଏ। ଏହା ମୁହଁରେ ଲଗାଇବା ଦ୍ୱାରା ମୃତ କୋଷ ଗୁଡିକୁ ବାହାର କରିବାରେ ସାହାଯ୍ୟ କରିଥାଏ। ମୃତ କୋଷ ବାହାରିବାରୁ ମୁହଁର ସୌନ୍ଦର‌୍ୟ୍ୟ ବଢିଥାଏ।

ନଡ଼ିଆ ତେଲ ତ୍ୱଚାରେ ଲଗାଇବା ଦ୍ୱାରା ଶରୀର ଓ ସତେଜ ଦେଖାଯାଏ । ଏହା ଦ୍ଵାରା ତ୍ୱଚାକୁ ନରମ ରହିବା ସହ ସୁନ୍ଦର ଦେଖାଯିବ । ମୁହଁକୁ ଛାଡ଼ି ପୁରା ଶରୀରରେ ନଡ଼ିଆ ତେଲ ମାଲିସ୍ କରିପାରିବେ।

ସଫା ଓ ଉତ୍କଳ ତ୍ଵଚା ଚାହୁଁଥିଲେ ଘିକୁଆଁରୀ ଘସନ୍ତୁ । ଏହାଦ୍ୱାରା ତ୍ୱଚା ସଫା ଓ କୋମଳ ହୋଇଥାଏ। ପୁରାଦିନ ତ୍ୱଚା ସତେଜ ରଖିବା ପାଇଁ ମୁହଁରେ ଗୋଲାପ ଜଳ ଲଗାନ୍ତୁ ।

ଅଲିଭ ତେଲ ତ୍ୱଚା ପାଇଁ ଲାଭଦାୟକ । ଏଥିରୁ ଭିଟାମିନ୍-ଇ ମିଳିଥାଏ । ରାତିରେ ଶୋଇବା ସମୟରେ ଏହି ତେଲକୁ ମାଲିସ୍ କରନ୍ତୁ । ଅଲିଭ ଅଏଲ ଲଗାଇଲେ ତ୍ୱଚାସୁନ୍ଦର ହେବା ସହ ଦାଗ ଦୂର ହୋଇଥାଏ ।

Leave a Reply

Your email address will not be published.