କରୋନା ଗୁଜବ ନେଇ ଗାଁରେ ବୋମା ମାଡ଼, ଜଣେ ଆହତ
ବ୍ରହ୍ମଗିରି , (ଓଡିଶା ଟାଇମ୍) :କରୋନା ଗୁଜବକୁ ନେଇ ପୁରୀ ଜିଲା ବ୍ରହ୍ମଗିରି ଅନ୍ତର୍ଗତ ନିଶିଭଅଁର ଗାଁରେ ଘନଘନ ବୋମାମାଡ଼ ହୋଇଛି । ଦୁଇ ଗୋଷ୍ଠୀ ମଧ୍ୟରେ ଟେକା ପଥର ସହ ୫୦ରୁ ଅଧିକ ବୋମାମାଡ଼ ହୋଇଥିବା ଜଣାପଡିଛି । ଏଥିରେ ଗୁରୁତର ହୋଇଥିବା ୨ଜଣଙ୍କୁ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ଗତକାଲି ସେହି ଗାଁରେ ଜଣେ କରୋନା ପଜିଟିଭ ଚିହ୍ନଟ ପରେ ସେହି କରୋନା ରୋଗୀ ସହ ମିଶିଥିବା ଗୁଜବକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ହାତାହାତି ହୋଇଥିଲା। ଶୁକ୍ରବାର ସକାଳୁ ଦୁଇ ଗୋଷ୍ଠୀ ମଧ୍ୟରେ ଚାଲିଛି ବୋମାମାଡ। ଘଟଣା ସ୍ଥଳରେ ପୋଲିସ୍ ଏପର୍ଯ୍ୟନ୍ତି ପହଞ୍ଚି ନାହିଁ ।