ସିକାଗୋରୁ ବିମାନରେ ଭୁବନେଶ୍ୱର ପହଞ୍ଚିଲେ ୧୩୭ ଯାତ୍ରୀ
ଭୁବନେଶ୍ବର, (ଓଡିଶା ଟାଇମ୍) : ଏୟାର ଇଣ୍ଡିଆର ବିମାନ ଆଜି ସକାଳୁ ଆମେରିକାର ଚିକାଗୋ ଠାରୁ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଛି । ଏହି ବିମାନ ଚିକାଗୋରୁ ଭାୟା ଦିଲ୍ଲୀ ଦେଇ ଭୁବନେଶ୍ୱର ପହଞ୍ଚିଥିଲା । ଏଥିରେ ୧୩୭ ଜଣ ଯାତ୍ରୀ ଆସଛନ୍ତି ।
ଗତକାଲି ଏୟାର ଇଣ୍ଡିଆର ଏକ ବିମାନ ଶ୍ରୀଲଙ୍କାରୁ ପ୍ରବାସୀମାନଙ୍କୁ ନେଇ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲା । ଏଥିରେ ୫ ଜଣ ପ୍ରବାସୀ ଥିଲେ । ଅନ୍ୟ ୩ ଜଣ ହାଇଦ୍ରାବାଦ ବାସିନ୍ଦା ଥିଲେ । ଲକଡାଉନ ଯୋଗୁଁ ଏହି ଆଠ ଜଣ ପ୍ରବାସୀ ଶ୍ରୀଲଙ୍କାରେ ଫସି ରହିଥିଲେ । ବିମାନ ବନ୍ଦରରେ ପହଁଞ୍ଚିବା ପରେ ସେମାନଙ୍କୁ ସ୍କ୍ରିନିଂ କରାଯିବ ପରେ ଛଡା ଯାଇଛି ।