ରଥଯାତ୍ରାବେଳେ ବୟନିକା ମାସ୍କ ପିନ୍ଧିବେ ସେବାୟତ

ପୁରୀ, (ଓଡିଶା ଟାଇମ୍) : ବିଶ୍ବ ପ୍ରସିଦ୍ଧ ରଥଯାତ୍ରାକୁ ନେଇ ଲାଗି ରହିଛି ଆଶା-ଆସଙ୍କା । ମହାବାହୁଙ୍କୁ ଟିକେ ଦେଖିବାକୁ ଭକ୍ତ ଆକୁଳ ଆଶା ବାନ୍ଧି ରଖିଥିବା ବେଳେ କୋରୋନା ପାଇଁ ଆଶଙ୍କା ଭିତରେ ରହିଛନ୍ତି ସରକାର ଓ ଶ୍ରୀମନ୍ଦିନ ପ୍ରଶାସନ । ଜାରି ରହିଛି ରଥ କାମ । ହାତରେ ମାତ୍ର ଆଉ  ୧୦  ଦିନ । ତେବେ ୟାରି ଭିତରେ ରଥଯାତ୍ରା ସେବାୟତଙ୍କ ପାଇଁ ମାକ୍ସ ଯୋଗାଇ ଦେବ ବୟନିକା । କାରଣ ବିନା ଭକ୍ତରେ ଚଳିତ ବର୍ଷ ଘୋଷଯାତ୍ରା ଅନୁଷ୍ଠିତ ହେବା ନେଇ ଏକ ପ୍ରକାର ସ୍ପଷ୍ଟ କରିସାରିଛନ୍ତି ସରକାର ।

ଯଦି ରଥଯାତ୍ରା ଅନୁଷ୍ଠିତ ହେଉଛି, ରଥ ଟାଣିବେ ସେବାୟତ । ବଡଦାଣ୍ଡକୁ ଭକ୍ତୁ ନାଁ । ଶ୍ରୀମନ୍ଦିର ସମସ୍ତ ଏଣ୍ଟ୍ରୀ ପଏଣ୍ଟକୁ ସିଲ କରାଯିବ । ସେପଟେ ସେବାୟତଙ୍କ କୋରୋନା ଟେଷ୍ଟ ହେବ । ଏଥିସହ କୋଭିଡ ନିୟମକାନୁନକୁ ମାନି ରଥ ଟାଣିବେ ସେବାୟତ ବୋଲି ଶ୍ରୀ ମନ୍ଦିର ପ୍ରଶାସନ କହି ସାରିଛି । ତେବେ ଏହି କୋଭିଡ ସମୟରେ ବୟନିକାର ମାସ୍କ ଯୋଗାଣ ଏଥିରେ ଆଉ ଏକ ଉତ୍ସାହ ଭରି ଦେଇଛି ।

ଶ୍ରୀମନ୍ଦିର ପ୍ରଶାସନର ଅନୁରୋଧ ପରେ ଆଜିଠାରୁ ବୟନିକା ପକ୍ଷରୁ ମାସ୍କ ପ୍ରସ୍ତୁତି ଆରମ୍ଭ ହୋଇଛି। ତିନି ରଥର ରଙ୍ଗକୁ ଆଧାର କରି ନାଲି-ହଳଦିଆ, କଳା-ନାଲି, ସବୁଜ-ନାଲି ରଙ୍ଗରେ ମାସ୍କ ପ୍ରସ୍ତୁତ କରାଯିବ ବୋଲି ବୟନିକା ପକ୍ଷରୁ କୁହାଯାଇଛି । ଏଥିପାଇଁ ବୟନିକାକୁ ୫ହଜାର ମାସ୍କ ଯୋଗାଇ ଦେବାକୁ ଅନୁରୋଧ କରାଯାଇଛି।

ଏହି ମାସ୍କ ସବୁ ବାନ୍ଧ ବସ୍ତ୍ରରେ ପ୍ରସ୍ତୁତ ହେବ । ଯଥା ଶୀଘ୍ର ପ୍ରଦାନ କରାଯିବ ବୋଲି ବୟନିକ ପକ୍ଷରୁ କୁହାଯାଇଛି । ଏପରି ଏକ ସମୟରେ ଜଗନ୍ନାଥଙ୍କ ସେବା କରିବାର ସୁଯୋଗ ପାଇଥିବାରୁ ବୟନିକ ପକ୍ଷରୁ କୃତଜ୍ଞତା ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *