ରାଜସ୍ଥାନରେ ବଡ଼ ଧରଣର ଦୁର୍ଘଟଣା: ବସ୍ ଟ୍ୟାଙ୍କର୍ ମୁହାଁମୁହିଁ ଧକ୍କା

ରାଜସ୍ଥାନ, (ଓଡିଶା ଟାଇମ୍): ରାଜସ୍ଥାନର ବାରମେର୍-ଯୋଧପୁର ରାଜପଥରେ ଏକ ଘରୋଇ ବସକୁ ଧକ୍କା ଦେଲା ଟ୍ୟାଙ୍କର । ଧକ୍କା ଦେବା ପରେ ଅଗ୍ନିକାଣ୍ଡରେ ଅତି କମରେ ପାଞ୍ଚ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଜାତୀୟ ନ୍ୟୁଜ୍ ଏଜେନ୍ସି ANI ଏହି ସୂଚନା ଦେଇଛି । ଏହି ଘଟଣାରେ ଅନେକ ଲୋକ ଗୁରୁତର ଆହତ ହୋଇଥିବା କୁହାଯାଇଛି । ତେବେ କେତେକ ଗଣମାଧ୍ୟମ ରିପୋର୍ଟରେ ୧୨ ଜଣଙ୍କ ମୃତ୍ୟୁ ହେବା ନେଇ ଜଣାପଡିଛି l

ଦୁର୍ଘଟଣା ଘଟିବା ପୂର୍ବରୁ ବସ୍‌ରେ ୨୫ ଜଣ ଯାତ୍ରୀ ଥିଲେ । ଦୁର୍ଘଟଣା ପରେ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏହି ଦୁର୍ଘଟଣା ଯୋଗୁଁ ରାଜପଥରେ ଏକ ବିରାଟ ଟ୍ରାଫିକ୍ ଜାମ୍ ହୋଇଥିଲା । ସିଏମ୍ ଅଶୋକ ଗେହଲଟ୍ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଜିଲ୍ଲା କଲେକ୍ଟରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆହତଙ୍କ ଚିକିତ୍ସା ସୁନିଶ୍ଚିତ କରିବାକୁ କହିଛନ୍ତି ।

Leave a Reply

Your email address will not be published. Required fields are marked *